ଚର୍ଚ୍ଚାରେ ସିଦ୍ଧାର୍ଥ-କିଆରାଙ୍କ ଡିନର ପାର୍ଟି

ମୁମ୍ବାଇ: ସବୁବେଳେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ନାମ ସହ ଭିନ୍ନ ଭିନ୍ନ ଅଭିନେତ୍ରୀଙ୍କ ସହ ଯୋଡି ହେଉଥିବାର ଶୁଣିବାକୁ ମିଳୁଛି । ଏବେ କିଛିଦିନ ହେବ ତାଙ୍କ କୋ-ଷ୍ଟାର ତଥା ବନ୍ଧୁ ତାରା ସୁତରିୟାଙ୍କ ସହ ଯୋଡି ହୋଇଥିଲା । ତେବେ ଉଭୟ କିଛିଦିନ ପୂର୍ବରୁ “ମରଜାୱା”ରେ କାମ କରିଥିଲେ । ଏହାବ୍ୟତୀତ ସିଦ୍ଧାର୍ଥଙ୍କ ସହ ଆଲିୟା ଭଟ୍ଟ ଓ କିଆରା ଆଡଭାନୀଙ୍କ ନାମ ମଧ୍ୟ ଯୋଡା ହୋଇଛି । ତେବେ କିଆରାଙ୍କ କଥା କହିବାକୁ ଗଲେ, ଯେ ସିଦ୍ଧାର୍ଥଙ୍କୁ ବେଶ୍ ପସନ୍ଦ କରନ୍ତି ସେ । ତେବେ ଶୁଣିବାକୁ ମିଳୁଛି ଯେ ଉଭୟଙ୍କ ନାମ ଖୁବ୍ ଶୀଘ୍ର ଏକାଠି ଯୋଡି ହେବାକୁ ଯାଉଛି ।

ଖବର ମିଳିଛି ଯେ, ନୂଆବର୍ଷରେ କିଆରା ଏକ ଡିନର ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ସିଦ୍ଧାର୍ଥ ଓ ତାଙ୍କ ପରିବାର ଲୋକ ସାମିଲ ହୋଇଥିଲେ । ଏହାବ୍ୟତୀତ କିଆରାଙ୍କ ପରିବାର ଲୋକ ମଧ୍ୟ ଏହି ପାର୍ଟିରେ ଯୋଗ ଦେଇଥିଲେ । ଏହି ପାର୍ଟିରେ ଉଭୟଙ୍କ ପରିବାର ଦୁଇଜଣ ସମ୍ପର୍କକୁ ସବୁଜ ସଙ୍କେତ ମଧ୍ୟ ଦେଇସାରିଛନ୍ତି । ଅର୍ଥାତ୍ ଉଭୟଙ୍କ ପରିବାର ସିଦ୍ଧାର୍ଥ ଓ କିଆରାଙ୍କ ସମ୍ପର୍କକୁ ଆଗକୁ ବଢ଼ାଇବା ପାଇଁ ମଧ୍ୟ ଚାହୁଁଛନ୍ତି । ତେବେ ଖବରଟି ଯଦି ସତ, ତେବେ ଖୁବ୍ ଶୀଘ୍ର ବି-ଟାଉନରେ ଏକ ନୂଆ ଯୋଡି ଦେଖିବାକୁ ମିଳିବ ।