ଚନ୍ଦ୍ରରେ ମିଳିଲା ବିକ୍ରମ ଲ୍ୟାଣ୍ଡର , ସଂପର୍କ ସ୍ଥାପନ ପାଇଁ ପ୍ରୟାସ ଜାରି

ନୂଆଦିଲ୍ଲୀ :ଚନ୍ଦ୍ରଯାନ- ୨ ର ଲ୍ୟାଣ୍ଡର ବିକ୍ରର ସନ୍ଧାନ ମିଳିଥିବା ସୂଚନା ମିଳିଛି । ଚନ୍ଦ୍ର ପୃଷ୍ଠରୁ ଲ୍ୟାଣ୍ଡରର ସଠିକ ଲୋକେସନର ସନ୍ଧାନ ମିଳିଛି । ଅର୍ବିଟର ବିକ୍ରମ ଲ୍ୟାଣ୍ଡର ଗୋଟିଏ ଥର୍ମଲ ଫଟୋ ଉଠାଇଛି । ଇସ୍ରୋର ମୁଖ୍ୟ କେ.ଶିବନ ବିକ୍ରମର ପତ୍ତା ମିଳିଥିବା ସୂଚନା ଦେଇଛନ୍ତି । ଲ୍ୟାଣ୍ଡର “ବିକ୍ରମ”ର ଫଟୋ ଅର୍ବିଟରରୁ ମିଳିଥିବା ଶିବନ ସୂଚନା ଦେଇଛନ୍ତି । ମାତ୍ର ବର୍ତ୍ତମାନ ସୁଦ୍ଧା ବିକ୍ରମ ସହ ଯୋଗାଯୋଗ ହୋଇ ପାରିନାହିଁ । ବିକ୍ରମ ସହ ଯୋଗାଯୋଗ ଜାରି ରହିଥିବା ଶିବନ କହିଛନ୍ତି । ବିକ୍ରମ ସହ ଯୋଗାଯୋଗ ପାଇଁ ଚେଷ୍ଠା ଜାରି ରହିଛି ।

ଏହାପୂର୍ବରୁ ଗତକାଲି ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ଇସ୍ରୋର ଷ୍ଟେସନଠାରୁ ସମ୍ପର୍କ ବିଚ୍ଛିନ ହୋଇଥିଲା ସତ କିନ୍ତୁ ବିଶ୍ୱାସ ଏବେ ମଧ୍ୟ ରହିଛି । ଇସ୍ରୋର ବୈଜ୍ଞାନିକମାନେ ଏବେ ମଧ୍ୟ ବିଶ୍ୱାସ ହାରି ନାହାନ୍ତି । ଲ୍ୟାଣ୍ଡର ବିକ୍ରମ ସହ ପନଃସଂଯୋଗ କରିବାକୁ ଇସ୍ରୋର ବୈଜ୍ଞାନିକମାନେ ଚେଷ୍ଟା ଜାରି ରଖିଛନ୍ତି । ମିଶନ ମୁନର ଅଳ୍ପକେ ବିଫଳତା ପରେ ଇସ୍ରୋ ମୁଖ୍ୟ କେ.ଶିବନ ଦୂରଦର୍ଶନକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସ୍ପଷ୍ଟ କରିଥିଲେ ଯେ ଲ୍ୟାଣ୍ଡର ସହ ପୁନଃସଂଯୋଗ କରିବାକୁ ଚେଷ୍ଟା ଜାରି ରହିଛି । ୧୩୫ କୋଟି ଭାରତୀୟଙ୍କ ମନରେ ସୃଷ୍ଟି ହୋଇଥିବା ଉଦାସୀନତା ମଧ୍ୟରେ ଏହିପରି ଚେଷ୍ଠା ଆଉ ଏକ ବିଶ୍ୱାସକୁ ଜାଗ୍ରତ କରୁଛି । ଇସ୍ରୋର ବୈଜ୍ଞାନିକ ଏବେ ମଧ୍ୟ ଏହି ମିଶନ ଉପରେ କାମ କରୁଛନ୍ତି । ଏହାପୂର୍ବରୁ ଇସ୍ରୋର ବୈଜ୍ଞାନିକ ମାନେ ସୂଚନା ଦେଇଥିଲେ ଯେ ଆସନ୍ତ ୩ ଦିନ ମଧ୍ୟରେ ବ୍ରିକମ କେଉଁଠାରେ ଅଛି ଏବଂ କେଉଁ ପରିସ୍ଥିତିରେ ଅଛି ତାହାର ସୂଚନା ମିଳିପାରିବ ।