ମନେ ପଡୁଛି ଅକ୍ଟୋବର ୨୯ : ପୁଣି ଲଘୁଚାପ, ୨୯ରୁ ତିନି ଦିନ ବର୍ଷିବ ଭୟଭୀତ ନ ହେବାକୁ ପରାମର୍ଶ

ଭୁବନେଶ୍ବର  : ପୁଣି ବର୍ଷା । ଆସନ୍ତାକାଲି ସଂଧ୍ୟାରୁ ୩୦ ଯାଏଁ ପୁଣି ବର୍ଷିବ । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡାରେ ୨୮ରୁ ବର୍ଷା ସମ୍ଭାବନା ରହିଥିବା ବେଳେ ୨୯ରେ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ଗଭୀର ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ତିନି ଦିନ ଧରି ହେବାକୁ ଥିବା ଏହି ବର୍ଷା  ସାଙ୍ଗକୁ ପବନ ନାହିଁ, ତେଣୁ ଭୟଭୀତ ନ ହେବାକୁ ପାଣିପାଗ ବିଭାଗ ଦେଇଛି ପରାମର୍ଶ।

ଦକ୍ଷିଣ-ପଶ୍ଚିମ ଏବଂ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ପୁଣି ଲଘୁଚାପର ସମ୍ଭାବନା ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ବର୍ଷା ହୋଇପାରେ। ୨୮ ତାରିଖରୁ ୩୦ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଥିବାବେଳେ ୨୯ ଏବଂ ୩୦ ତାରିଖରେ ଗଭୀର ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାର ପାଗ ଶୁଖିଲା ରହିଥିବା ବେଳେ ଦିନର ତାପମାତ୍ରା ହ୍ରାସ ପାଇଥିଲା ।…

ତିତିଲି ବାତ୍ୟାର ଭୟ ଏ ଯାଏଁ ଯାଇନଥିବାବେଳେ ପୁଣି ଲଘୁଚାପ ନାଁ ଶୁଣିବା ପରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଫସଲ ଅମଳ ସମୟ ହୋଇଥିବାରୁ ସବୁଠାରୁ ଅଧିକ ଚିନ୍ତିତ ଚାଷୀ। ତେବେ ଏହି ଲଘୁଚାପ ପାଇଁ ବିଶେଷ ଭୟଭୀତ ହେବାର କିଛି ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। …

ଗତ ୨୩ ତାରିଖରେ ମଧ୍ୟ ଏକ ଲଘୁଚାପ ଆଶଂକା ରହିଥିଲା, କିନ୍ତୁ ତାହା ଟଳିଯାଇଥିଲା । ହେଲେ କେନ୍ଦୁଝର, ଖୋର୍ଦ୍ଧା, ପୁରୀ ଆଦି କେତେକ ସ୍ଥାନରେ ହୋଇଥିଲା ପ୍ରବଳ ବର୍ଷା। କେନ୍ଦୁଝରରେ ପ୍ରବଳ ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।