୫ରେ ପଶ୍ଚିମ ଓଡ଼ିଶା ବନ୍ଦ

ବଲାଙ୍ଗିର:  ଫେବୃଆରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ଗଠନ ନେଇ ଓକିଲମାନେ ଦୀର୍ଘଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି। ଏହି କ୍ରମରେ ପଶ୍ଚିମ ଓଡ଼ିଶାର ସମସ୍ତ ବାରର ଓ ଓକିଲ ସଂଘଙ୍କ ମିଳିତ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଫେବୃଆରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ ନେଇ ନିଷ୍ପତି ହୋଇଛି। ବନ୍ଦ ବେଳେ ଦୋକାନ ବଜାର, ସରକାରୀ ଅଫିସ ବନ୍ଦ କରାଯିବା ନେଇ ନିଷ୍ପତି ନିଆଯାଇଛି।

ଏହା ସହିତ ବୈଠକରେ ଆନ୍ଦୋଳନ ନେଇ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲେ କଠୋର ନିଷ୍ପତ୍ତି ନିଆଯିବ ବୋଲି ନିଷ୍ପତି ନିଆଯାଇଛି। ଏହା ସହିତ ବିସିଆଇକୁ ଓଡ଼ିଶା ରାଜ୍ୟ ବାର୍ କାଉନସିଲ ପ୍ରସ୍ତାବ ନେଇ ପ୍ରତିବାଦସ୍ଵରୂପ ଫେବୃଆରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ କରିବାକୁ ନିଷ୍ପତି ହୋଇଛି।  ବୈଠକ ପରେ ସମ୍ବଲପୁର ବାର ସଭାପତି ବିଜିତେନ୍ଦ୍ରିୟ ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ ସରକାର ନିଷ୍ପତି ନିଅନ୍ତୁ ପଶ୍ଚିମ ଓଡ଼ିଶାର କେଉଁଠି ସ୍ଥାୟୀ ବେଂଚ ହେବ। କେନ୍ଦ୍ର ଓ ରାଜ୍ୟ ସରକାର ଟାଳଟୁଳ ନୀତି ଛାଡ଼ନ୍ତୁ। ଓକିଲଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲେ କଠୋର  ନିଷ୍ପତି ନେବୁ। ଜଣଙ୍କର ଲାଇସେନ୍ସ ବାତିଲ  ହେଲେ ସମୂହ ଲାଇସେନ୍ସ ସରେଣ୍ଡର କରିବୁ। ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ନେଇ ପଶ୍ଚିମ ଓଡ଼ିଶା ଓକିଲ ସଂଘ ମଧ୍ୟରେ ଏକତା ଥିବା ସଭାପତି ବିଜିତେନ୍ଦ୍ରିୟ ପ୍ରଧାନ କହିଛନ୍ତି।