ପଶ୍ଚିମ ଓଡ଼ିଶା କଳାକାର ସଂଘ ପକ୍ଷରୁ ଶୁଖିଲା ଖାଦ୍ୟ ବଂଟନ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ଆଜି ସମସ୍ତେ ଲକ୍ ଡାଉନ୍ ରେ ବନ୍ଧା। କଳା ମାଧ୍ୟମରେ ନିଜ ପରିବାର ଚଳାଉଥିବା କଳାକାରମାନେ ଏବେ ନିଜ ପିଲାଛୁଆମାନଙ୍କୁ ମୁଠାଏ ଖାଇବାକୁ ଦେବାପାଇଁ ସଂଘର୍ଷରତ। ସରକାର ସେମାନଙ୍କ ପାଇଁ କିଛି ସୁବିଧା କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ତା. ୨୪.୦୫.୨୦୨୦ ଦିନ ପଶ୍ଚିମ ଓଡିଶା କଳାକାର ସଂଘ ଜନ୍ମନେଇଛି। ନିଜନିଜ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଏହି କଳାକାରମାନେ ଆଜି ନିଜ ପରିବାର ପାଇଁ ଲଜ୍ୟା ତ୍ୟାଗ କରି ଛୋଟମୋଟ ବ୍ୟବସାୟକୁ ଆପଣେଇଛନ୍ତି। ପଶ୍ଚିମ ଓଡିଶା କଳାକାର ସଂଘ ଏହିପରି ଅସୁବିଧାରେ କାଳାତିପାତ କରୁଥିବା ୩୦ ଜଣ କଳାକାରଙ୍କୁ ଆଜି ତା.୨୮.୦୫.୨୦୨୦ ଦିନ ମାସକର ରାଶନ ସାମଗ୍ରୀ ତାଙ୍କ ଘରେ ଯାଇ ପହଞ୍ଚାଇଥିଲେ। ଆଗକୁ ମଧ୍ୟ ଏହି ସାହାଯ୍ୟ ଜାରି ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ  ସଭାପତି ପ୍ରଦୀପ ଦେବତା , ଶଙ୍କର ପଟନାୟକ ,ପୃଥୀବିରାଜ ନାୟକ , କମଲେଶ ଚକ୍ରବର୍ତୀ , ଜନକ ସେଠ , କରନ ଦାସ , ଜେପି ସାହୁ , ବିକାଶ ମଲ୍ଲିକ ଉପସ୍ଥିତ ଥିଲେ ।