୧୦ଟି ଜିଲ୍ଲାରେ ୪୮ ଘଣ୍ଟିଆ ବନ୍ଦ ଡାକରେ ଦେଇଛି ପଶ୍ଚିମ ଓଡ଼ିଶା ଓକିଲ ସମୂହ

ସମ୍ବଲପୁର : ଆସନ୍ତାକାଲି ଠାରୁ ୧୦ଟି ଜିଲ୍ଲାରେ ୪୮ ଘଣ୍ଟିଆ ବନ୍ଦ ଡାକରେ ଦେଇଛି ପଶ୍ଚିମ ଓଡ଼ିଶା ଓକିଲ ସମୂହ, କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘର ଆନ୍ଦୋଳନ ୮୩ ଦିନରେ ପହଞ୍ଚିଥିବା ବେଳେ ୨୯ ଏବଂ ୩୦ ତାରିଖରେ ଏହି ବନ୍ଦ ଡାରା ଦିଆଯାଇଛି । ଏହା ପରେ ଯଦି ରାଜ୍ୟ ସରକାର ନଚେତନ୍ତି, ତେବେ ସାରା ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅର୍ଥନୈତିକ ଅବରୋଧ କରିବାକୁ ଧମକ ଦେଇଛି ପଶ୍ଚିମ ଓଡ଼ିଶା ଓକିଲ ସମୂହ ।

ପଶ୍ଚିମ ଓଡ଼ିଶା ଓକିଲ ସମୂହର ବନ୍ଦ ଡାକରା । ଆସନ୍ତାକାଲି ଏବଂ ପହର ଦିନ ୧୦ଟି ଜିଲ୍ଲାରେ ବନ୍ଦ ଡାକରା ଦେଇଛି ପଶ୍ଚିମ ଓଡ଼ିଶା ଓକିଲ ସମୂହ, କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜିକୁ ୮୩ ଦିନ ହେବ ଆନ୍ଦୋଳନ ଚଳାଇଛନ୍ତି ପଶ୍ଚିମ ଓଡ଼ିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି, ଜିଲ୍ଲା ଓକିଲ ସଂଘ ଏବଂ ନାଗରିକ କ୍ରିୟାନୁଷ୍ଠାନ କମିଟି । ଗତ ୭ ଦିନ ହେଲା, ପଶ୍ଚିମ ଡ଼ିଶାରେ ଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟରେ ତାଲା ପକାଇ ଓକିଲମାନେ, ରିଲେ ଅନଶନ ଚଳାଇଛନ୍ତି କିନ୍ତୁ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ତରଫରୁ ସେମାନଙ୍କ ସହ ଏଯାଏଁ କିଛି ବି ଆଲୋଚୱନା କରାଯାଇି । ଯେଉଁଥି ପାଇଁ ଆଭିମୁଖ୍ୟ କଡ଼ା କରିଛି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ।

୨୯ ଏବଂ ୩୦ ତାରିଖ ମହାବନ୍ଦରେ ସହଯୋଗ କରିବାକୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ସମର୍ଥନ ମିଳିଛି । ଏହା ଛଡ଼ା ୨ ଶହରୁ ଅଧିକ ସାମାଜିକ ଓ ସାଂସ୍କୃତିକ ସଂଗଠନ ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି । ବନ୍ଦ ବେଳେ ରେଳ ଓ ରାସ୍ତାରୋକ କରାଯିବ । କେବଳ ଜରୁରିକାଳୀନ ସେବାକୁ ଛାଡ଼ିଦେଲେ ବ୍ୟାଙ୍କ, ସରକାରୀ-ବେସରକାରୀ ଅଫିସ୍, ଶିକ୍ଷାନୁଷ୍ଠାନ ବନ୍ଦ ରହିବ

୪୮ ଘଣ୍ଟିଆ ବନ୍ଦ ପରେ ମଧ୍ୟ ଯଦି ରାଜ୍ୟ କିମ୍ବା କେନ୍ଦ୍ର ସରକାର ନଚେତନ୍ତି, ତେବେ ସାରା ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅର୍ଥନୈତିକ ଅବରୋଧର ଚେତାବନୀ ଦେଇଛି ପଶ୍ଚିମ ଓଡ଼ିଶା ଓକିଲ ସମୂହ