ପଶ୍ଚିମବଙ୍ଗରେ ୭୦୦ ଡାକ୍ତର ଦେଲେ ଇସ୍ତଫା

କୋଲକାତା:ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିବା ଡାକ୍ତରଙ୍କ ଆନ୍ଦୋଳନ ସାରା ଦେଶରେ ବ୍ୟାପି ଯାଇଛି । ସେପଟେ ପଶ୍ଚିମବଙ୍ଗରେ ରୋଗୀ ସେବା ଠପ୍‌ ହେବାକୁ ବସିଲାଣି । ହିଂସାର ଶୀକାର ହୋଇଥିବା ଜୁନିୟର୍‌ ଡାକ୍ତରଙ୍କୁ ସମର୍ଥନ ଜଣାଇ ୭୦୦ ଡାକ୍ତର ଇସ୍ତଫା ଦେଇଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଚୁପ ବସି ରହିଛନ୍ତି ।

ଗୁରୁବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ମନ୍ତବ୍ୟ ପରେ ଡାକ୍ତରଙ୍କ ମଧ୍ୟରେ ଅସନ୍ତୋଷ ଅଧିକ ବୃଦ୍ଧି ପାଇଥିଲା । ଏହାପରେ ଡାକ୍ତରମାନେ ନିଜର ଆନ୍ଦୋଳନକୁ ଆହୁରି ତୀବ୍ର କରିଛନ୍ତି । ଯଦ୍ୱାରା ୭୦୦ ଜଣ ଡାକ୍ତର ଇସ୍ତଫା ଦେଇଛନ୍ତି । ଧିରେ ଧିରେ ସିନିୟର୍‌ ଡାକ୍ତରମାନେ ମଧ୍ୟ ଏହାକୁ ସମର୍ଥନ କରିବାକୁ ଆରମ୍ଭ କଲେଣି । ସେହିଦିନ ଏନ୍‌ଆର୍‌ଏସ୍‌ ମେଡ଼ିକାଲ କଲେଜର ପ୍ରିନ୍ସିପାଲ ଓ ଭାଇସ୍‌ ପ୍ରିନ୍ସିପାଲ ଇସ୍ତଫା ଦେଇଛନ୍ତି । ସେହିପରି କଲେଜ ଅଫ୍‌ ମେଡ଼ିସନ୍‌ ଓ ସାଗର ଦତ୍ତ ହସ୍ପିଟାଲର ୨୧ ଜଣ ସିନିୟର୍‌ ଡାକ୍ତର ଚାକିରି ଛାଡ଼ିଦେଇଛନ୍ତି । ଆଜି ୧୦୭ ଜଣ ଏହାକୁ ଘଟଣାକୁ ତୀବ୍ର ବିରୋଧ କରି ଇସ୍ତଫା ଦେଇଛନ୍ତି । କିଛି ଡାକ୍ତର ମମତା ବାନାର୍ଜୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି । 

ମମତା ବାନାର୍ଜୀ ସମସ୍ୟାର ସମାଧାନ କରିବା ବଦଳରେ ଓଲଟା ୪ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ନ ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ ।