ସେପ୍ଟେମ୍ବର ୩୦ ଯାଏଁ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କଲେ ଦିଦି

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ସରକାର ରାଜ୍ୟରେ କଣ୍ଟେନେମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ଅବଧି ସେପ୍ଟେମ୍ବର ୩୦ ଯାଏଁ ବୃଦ୍ଧି କରିଛନ୍ତି । ତେବେ ସେପ୍ଟେମ୍ବର ୮ ରୁ ରାଜ୍ୟରେ ମେଟ୍ରୋ ରେଳ ସେବା ଆରମ୍ଭ ହେବ । ଏହା ବ୍ୟତୀତ ରାଜ୍ୟରେ ୭,୧୧ ଓ ୧୨ ତାରିଖରେ ସମ୍ପୂଣ୍ଣ ଲକଡାଉନ୍‌ ଜାରି ରହିବ । ଏନେଇ ରାଜ୍ୟ ସରକାର ସୋମବାର ଦିନ ଆଦେଶ ଜାରି କରିଛନ୍ତି । ପୂର୍ବବତ୍‌ ସିନେମା ହଲ୍, ସୁଇମିଂ ପୁଲ୍, ମନୋରଞ୍ଜନ ପାର୍କ ଏବଂ ପ୍ରେକ୍ଷାଳୟ ଉପରେ ମଧ୍ୟ ନିଷେଧାଦେଶ ଜାରି ରହିବ।ସେହିପରି ରାଜ୍ୟରେ ସ୍କୁଲ କଲେଜ ମଧ୍ୟ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସୂଚନା ରହିଛି ।

ଅପରପକ୍ଷରେ, କଣ୍ଟେନମେଣ୍ଟ ଜୋନ ବାହାର ଅଞ୍ଚଳରେ ଓପନ୍‌ ଥିଏଟର ସେପ୍ଟେମ୍ବର ୨୧ ତାରିଖରୁ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ଏଥିପାଇଁ ସ୍ଥାନୀୟ ପ୍ରଶାସନ ତରଫରୁ ଆବଶ୍ୟକ ଅନୁମତି ନେବାକୁ ପଡ଼ିବ ।