ଏକଜିଟ ପୋଲ : ପଶ୍ଚିମବଙ୍ଗରେ ପୁଣି ଦିଦି ; କେରଳରେ ବାମ ମେଣ୍ଟ କ୍ଷମତାକୁ ଫେରିବ

ଭୁବନେଶ୍ବର :  ପଶ୍ଚିମବଙ୍ଗରେ ଶେଷ ପର୍ୟ୍ୟାୟ ଭୋଟ ଗ୍ରହଣ ସହ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପାଇଁ ବୁଥବାହୁଡ଼ା ମତ ବା ଏକଜିଟ୍ ପୋଲ ଫଳାଫଳ ପ୍ରକାଶ ପାଇଛି ।  ପଶ୍ଚିମବଙ୍ଗରେ ପୁଣି ମମତା ବାନାର୍ଜୀ କ୍ଷମତାକୁ ଫେରିବା ସମ୍ଭାବନା ରହିଛି । ଅଧିକାଂଶ ଏକଜିଟ ପୋଲ ରିପୋର୍ଟରେ ଟିଏମସି ବିଜେପିଠାରୁ ଆଗୁଆ ଥିବା କୁହାଯାଇଛି ।

ସି-ଭୋଟର ଅନୁସାରେ ଟିଏମସି ୧୫୨-୧୬୪ଟି ଆସନ, ବିଜେପି ୧୦୯-୧୨୧ଟି ଆସନ ଓ କଂଗ୍ରେସ ବାମ ମେଣ୍ଟ ୧୪-୨୫ଟି ଆସନ ଜିତିବ । ତେବେ ରିପବ୍ଲିକ-ସିଏନକ୍ସ ଅନୁସାରେ ଟିଏମସି ୧୨୮-୧୩୮ଟି ଆସନ, ବିଜେପି ୧୩୮-୧୪୮ଟି ଆସନ ଓ କଂଗ୍ରେସ ବାମ ମେଣ୍ଟ ୧୧-୨୧ଟି ଆସନ ଜିତିବ । ଅନ୍ୟପକ୍ଷରେ ଜନକି ବାତର ରିପୋର୍ଟ ଅନୁସାରେ ଟିଏମସି ୧୧୮-୧୩୪ଟି ଆସନ, ବିଜେପି ୧୫୦-୧୬୨ଟି ଆସନ ଓ କଂଗ୍ରେସ ବାମ ମେଣ୍ଟ ୧୦-୧୪ଟି ଆସନ ଜିତିବାର ସମ୍ଭାବନା ରହିଛି ।

ଆସାମ- (୧୨୬ ସିଟ୍‌)

ଇଣ୍ଡିଆ ଟୁଡେ ଆକ୍ସିସ୍‌ ମାଇଁ ଇଣ୍ଡିଆ—

ବିଜେପି: ୭୫-୮୫

କଂଗ୍ରେସ୍‌: ୪୦-୫୦

ଅନ୍ୟ: ୧-୪

ତାମିଲନାଡୁ (୨୩୪ ସିଟ୍‌)- ସିଏନଏକ୍ସ

ବିଜେପି: ୭୪-୮୪

କଂଗ୍ରେସ: ୪୦-୫୦

ଅନ୍ୟ: ୧-୩

ଏବିପି ସି ଭୋଟର ସର୍ଭେ- (ପଶ୍ଚିମବଙ୍ଗ)

ଟିଏମସି: ୧୫୨-୧୬୪

ବିଜେପି: ୧୦୯-୧୨୧

କଂଗ୍ରେସ ମେଣ୍ଟ: ୧୪-୨୫

ଅନ୍ୟ: ୦

ଏବିପି ସି ଭୋଟର(ଆସାମ)

ଏନଡିଏ: ୫୮-୭୧

ୟୁପିଏ: ୫୩-୬୬

ଅନ୍ୟ: ୦-୫

ଟୁଡେଜ୍‌ ଚାଣକ୍ୟ (ପୁଡୁଚେରୀ)

ବିଜେପି: ୬୧-୭୯

କଂଗ୍ରେସ: ୪୭-୬୫

ଅନ୍ୟ: ୦-୩

ରପବ୍ଲିକ ସିଏନଏକ୍ସ (ପଶ୍ଚିମବଙ୍ଗ)

ଟିଏମସି: ୧୨୮-୧୩୮

ବିଜେପି: ୧୩୮-୧୪୮

କଂଗ୍ରେସ ମେଣ୍ଟ: ୧୧-୨୧

ରପବ୍ଲିକ ସିଏମଏକ୍ସ (ଆସାମ)

ବିଜେପି: ୭୪-୮୪

କଂଗ୍ରେସ: ୪୦-୫୦

ଅନ୍ୟ: ୧-୩

ଟୁଡେଜ୍‌ ଚାଣକ୍ୟ (ଆସାମ)

ବିଜେପି: ୬୧-୭୯

କଂଗ୍ରେସ: ୪୭-୬୫

ଅନ୍ୟ: ୦-୩

ଟୁଡେଜ୍‌ ଚାଣକ୍ୟ (ତାମିଲନାଡୁ)

ଏଆଇଡିଏମକେ: ୪୬-୬୮

ଡିଏମକେ: ୧୬୪-୧୮୬

ଅନ୍ୟ: ୦-୬