ସ୍ୱଦେଶରେ ପାଦ ଥାପିଲେ ପାଇଲଟ୍ ଅଭିନନ୍ଦନ: ଦେଶରେ ଖୁସିର ଲହରି

ନୂଆଦିଲ୍ଲୀ: ଦୀର୍ଘ ୨ଦିନ ପାକିସ୍ତାନରେ ରହିବା ପରେ ପରିଶେଷରେ ଆଜି ସ୍ୱଦେଶରେ ପାଦ ଥାପିଛନ୍ତି ପାଇଲଟ୍ ଅଭିନନ୍ଦନ । ଏହାପରେ ଦେଶରେ ଖୁସିର ଲହରି ଖେଳିଯାଇଛି । ପାକିସ୍ତାନ ନାଭାଲ ପୁଲିସ୍‌ ପକ୍ଷରୁ କଡ଼ା ସୁରକ୍ଷା ଭିତରେ ଅଭିନନ୍ଦନଙ୍କୁ ଅଣାଯାଇ ପଞ୍ଜାବର ଓ୍ଵାଘା ସୀମା ଚେକ୍‌ପୋଷ୍ଟ୍‍ରେ ପହଞ୍ଚାଯାଇଛି। ବର୍ତ୍ତମାନ ଆନୁଷ୍ଠାନିକ ଭାବେ ପାକ୍‌ କର୍ତ୍ତୃପକ୍ଷ ଭାରତକୁ ତାଙ୍କୁ ହସ୍ତାନ୍ତର କରିବେ । ବୀର ପାଇଲଟ ଅଭିନ୍ଦନଙ୍କୁ ସ୍ୱାଗତ ଜଣାଇବା ପାଇଁ ବାୟୁସେନା ଏୟାର ଭାଇସ୍‌ ମାର୍ସାଲ ଆର୍‌ଜିକେ କପୁର ଓ ଅନ୍ୟ ବରିଷ୍ଠ ଅଧିକାରୀ ଓ୍ଵାଘା ସୀମାରେ ଉପସ୍ଥିତ ଅଛନ୍ତି। ଚେନ୍ନାଇରୁ ଆସିଥିବା ତାଙ୍କ ବାପାମାଆ ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି।