ନବରଙ୍ଗପୁରରେ ସପ୍ତାହକୁ ୨ ଦିନିଆ ସଟଡାଉନ୍

ନବରଙ୍ଗପୁର: ନବରଙ୍ଗପୁରରେ ସପ୍ତାହକୁ ୨ ଦିନିଆ ସଟଡାଉନ ଘୋଷଣା । ଜୁଲାଇ ୩୧ ଯାଏ ଶନିବାର ଓ ରବିବାର ଦୁଇ ଦିନ ସଟଡାଉନ ରହିବ । ଜିଲ୍ଲାପାଳ ଏନେଇ ଘୋଷଣା କରିଛନ୍ତି । ସମସ୍ତ ଦୋକାନ, ବଜାର ବନ୍ଦ ରହିବା ସହ ପୂର୍ବ ପରି ସ୍ୱାସ୍ଥ୍ୟ ସେବା ଜାରି ରହିବ ବୋଲି କୁହାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ନୂଆ ଗାଇଡଲାଇନରେ ରାଜ୍ୟସରକାର କେବଳ ଜୋନ ୧ରେ ଥିବା ୧୦ଟି ଜିଲ୍ଲାରେ ସଟଡାଉନ ଘୋଷଣା କରିଥିଲେ । ତେବେ ନବରଙ୍ଗପୁର ଜିଲ୍ଲାରେ ସଟଡାଉନ ନେଇ ଜିଲ୍ଲାପାଳ ନିଷ୍ପତି ନେଇଛନ୍ତି ।