୧୩ ଯାଏ ବର୍ଷା ଆଶଙ୍କା; ସତର୍କତା ଅବଲମ୍ବନ ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ବର: ଆଜିଠୁ ୧୩ ଯାଏ ବର୍ଷା ଆଶଙ୍କା । ସବୁ ଜିଲ୍ଲାପାଳଙ୍କୁ ସତର୍କତା ଅବଲମ୍ବନ କରିବାକୁ ଚିଠି । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ବିପର୍ଯ୍ୟୟ ପରିଚାଳନା ବିଭାଗର ଯୁଗ୍ମ ସଚିବ ।

ସାମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗର ଯୁଗ୍ମ ସଚିବ ସବୁ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି। ବିଶେଷ କରି ବର୍ଷା ପାଇଁ ସତର୍କ ରହିବାକୁ କୁହାଯାଇଛି।

ଜାନୁଆରୀ ୮ ତାରିଖ ରାତିରେ ଆଭ୍ୟନ୍ତରୀଣ ଓଡିଶାର କେତେକ ଜିଲ୍ଲାରେ ବଜ୍ରପାତ ସହ ଝଡବର୍ଷା ହେବାର ସମ୍ଭାବନା ରହିଥିବା ସିଇସି ପକ୍ଷରୁ କୁହାଯାଇଛି । ସେହିପରି ଜାନୁଆରୀ ୧୦ ତାରିଖରୁ ଦୁଇ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା କମିବାର ସମ୍ଭାବନା ରହିଛି। ତେବେ ଫସଲ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠିରେ ଦର୍ଶାଯାଇଛି ।