୨୯ରେ ଲଘୁଚାପ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । ଏହାରି ମଧ୍ୟରେ ପୁଣି ଏପ୍ରିଲ ୨୯ ତାରିଖରେ ଦାନା ବାନ୍ଧିପାରେ ଆଉ ଏକ ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହା ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଶେଷଜ୍ଞ ଆଶଙ୍କା କରୁଛନ୍ତି  ।

ଏହି ଲଘୁଚାପ ଘନୀଭୁତ ହେବା ଆଶଙ୍କା ମଧ୍ୟ ରହିଛି । ତେବେ ଏ ନେଇ ସ୍ପଷ୍ଟ ଭାବେ କୌଣସି ସୂଚନା ମିଳି ନାହିଁ । ଅନ୍ୟ ପଟେ କିଛି ପାଣିପାଗ ସଂସ୍ଥା ମେ’ ପ୍ରଥମ ସପ୍ତାହରେ ବାତ୍ୟା ନେଇ ମଧ୍ୟ ଆଶଙ୍କା ଥିବା କହିଛନ୍ତି । ତେବେ କେଉଁ ଆଡ଼େ ଏହାର ପ୍ରଭାବ ଅନୁଭୁତ ହେବ, ଏନେଇ କିଛି ସ୍ପଷ୍ଟ ହୋଇନାହିଁ । ଗତବର୍ଷ ମେ’ ୩ ତାରିଖରେ ବାତ୍ୟା ଫୋନି ତାଣ୍ଡବ ରଚିଥିବା ବେଳେ ଚଳିତ ବର୍ଷ ପୁଣି ମେ ପ୍ରଥମ ସପ୍ତାହ ରେ ବାତ୍ୟା ଲୋକଙ୍କୁ ବିଚଳିତ କରୁଛି।