ରାଜ୍ୟରେ ୨୧ଯାଏଁ ତାତିରୁ ମିଳିବନି ନିସ୍ତାର

ରାଜ୍ୟରେ ୨୧ଯାଏଁ ତାତିରୁ ମିଳିବନି ନିସ୍ତାର । ଆହୁରି ୪୮ ଘଣ୍ଟା ଯାଏଁ ଆକାଶ ରୁ ନିଆଁ ବର୍ଷା ହେବ । ଓଡ଼ିଶାର ବିଭିନ୍ନ ସ୍ଥାନ ତାପାମତ୍ରା ୪୦ ଡିଗ୍ରୀ ଉପରେ ରହିବ । ଗେ।ଟିଏ ଦୁଇଟି ସ୍ଥାନରେ କାଳ ବୈଶାଖୀ ବର୍ଷା ହେ।ଇପାରେ । ଜୁନ ୨୨ ପରେ ତାତିରୁ ଅଶ୍ଵସ୍ତି ମିଳିବ । ୨୩ରୁ ୨୫ ମଧ୍ୟରେ ଓଡ଼ିଶା ଉପକୂଳ ରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ୨୪ ବେଳକୁ ମୌସୁମୀ ପୁଣିଥରେ ସକ୍ରିୟ ହେବାର ସମ୍ଭାବନା ରହିଛି । ୫ ଦିନ ହେଲା ରାଜ୍ୟର କେତେକ ସ୍ଥାନରେ ଅସହ୍ୟ ତାତି ଅନୁଭୂତ ହେଉଛି ।