ବଡ଼ଦିନରୁ ଓଡ଼ିଶାକୁ ଭିଜାଇବ ବର୍ଷା

ଭୁବନେଶ୍ୱର: ବଡଦିନ ଅର୍ଥାତ୍ ଆସନ୍ତା ୨୫ ତାରିଖରୁ ରାଜ୍ୟର କିଛି ସ୍ଥାନରେ ହାଲକା ବର୍ଷା ହେବ । ଏହା ସହ ଶୀତ ମଧ୍ୟ କମିବ । ୨୭ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିଥିବାବେଳେ ୨୮ରୁ ପାଗର ପରିବର୍ତନ ଦେଖାଯିବା ସହ ଶୀତ ବଢ଼ିବାର ସମ୍ଭାବନା ରହିଥିବା ନେଇ ଆଂଚଳିକ ପାଣିପାଗ ବିଜ୍୍ୟାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ସୂଚନା ଅନୁଯାୟୀ ଗତ ୨୪ ଘଂଟା ମଧ୍ୟରେ ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ଫୁଲବାଣୀରେ ୯.୩, ସୋନପୁରରେ ୯.୮, ଅନୁଗୁଳରେ ୧୦, କେନ୍ଦୁଝରରେ ୧୦.୮, ସୁନ୍ଦରଗଡ଼ରେ ୧୧, ଟିଟିଲାଗଡ଼ରେ ୧୧.୧, ବାଲେଶ୍ୱରରେ ୧୧.୩, କୋରାପୁଟରେ ୧୨, ସମ୍ବଲପୁରରେ ୧୨.୪, ବାରିପଦାରେ ୧୨.୬, ତାଳଚେର ଓ ଭବାନୀପାଟଣାରେ ୧୩, କଟକରେ ୧୩.୫ ଡିଗ୍ରି ରହିଥିଲା।