ଲଘୁଚାପ ବାତ୍ୟା “ବୁଲବୁଲ”ର ରୂପ ନେଲା; ଘଣ୍ଟାକୁ ୭କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟା “ବୁଲବୁଲ”ର ରୂପ ନେଇଛି । ଏହି ବାତ୍ୟା “ବୁଲବୁଲ” ଘଣ୍ଟାକୁ ୭କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି । ବାତ୍ୟା ଫନିର ତାଣ୍ଡବ ଦୃଶ୍ୟ ମନରୁ ଲିଭିଣୁ ପୁଣି ସୃଷ୍ଟି ହୋଇଥିବା ବାତ୍ୟା ‘ବୁଲବୁଲ’ ଓଡ଼ିଶାବାସୀଙ୍କ ଚିନ୍ତା ବଢାଇ ଦେଇଥିଲା। କିନ୍ତୁ ଆଶ୍ଵସ୍ତିର ବିଷୟ ଏହା ଯେ, ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ନଜରରୁ ଓଡ଼ିଶା ହଟି ପଙ୍ଗିମବଙ୍ଗ ଓ ବାଂଲାଦେଶ ମୁହାଁ ହୋଇଛି। 

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସକାଳ ସୁଦ୍ଧା ଆସିଥିବା ସୂଚନା ଅନୁସାରେ,  ବାତ୍ୟା ସଂପ୍ରତି ଘଣ୍ଟାକୁ ୭କିମି ବେଗରେ ଉତ୍ତର, ଉତ୍ତର ପଶ୍ଚିମ ଦିଗକୁ ମୁହାଁଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ଯାଉଥିବା ଜଣାପଡ଼ିଛି େ ପାରାଦୀପ ଠାରୁ ଏହା ୭୩୦କିମି ଦୂରରେ “ବୁଲବୁଲ” କେନ୍ଦ୍ରଭୂତ ହୋଇଛି । ଏହି ବାତ୍ୟା “ବୁଲବୁଲ” ଆସନ୍ତା ୨୪ଘଣ୍ଟାରେ ଭୟଙ୍କର ଓ ୩୬ଘଣ୍ଟାରେ ୩୬ଘଣ୍ଟାରେ ଅତି ଭୟଙ୍କର ରୂପ ନେବା ସମ୍ଭାବନା ରହିଛି । 

ବାତା “ବୁଲବୁଲ” ନଜରରୁ ଓଡ଼ିଶା ନାଁ କଟିଥିବାରୁ ବାତ୍ୟା ଭୟ ଦୂର ହୋଇଥିବା ଆଶା କରାଯାଉଛି। ପୂର୍ବରୁ ବାତ୍ୟା ବୁଲବୁଲରେ ପଶ୍ଚିମବଙ୍ଗ, ବାଂଲାଦେଶ ସହ ଉତ୍ତର ଓଡ଼ିଶା ପ୍ରଭାବିତ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଓଡ଼ିଶାରେ ବୁଲବୁଲର ଏତେ ପ୍ରଭାବ ପଡ଼ିବ ନାହିଁ ବୋଲି ଜଣାପଡ଼ିଛି । କିନ୍ତୁ ବାତ୍ୟାର ଆଂଶିକ ପ୍ରଭାବ ପଡ଼ିବାରୁ ୯ ଓ ୧୦ ତାରିଖରେ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ରହିଛି । ଉତ୍ତର ଓଡ଼ିଶା ଉପକୂଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି ।