୧୨ରୁ ଆଉ ଏକ ଲଘୁଚାପ!

ଭୁବନେଶ୍ୱର: ୩ ଦିନ ପାଗ ଶୁଖିଲା ରହିଲା ପରେ ପୁଣି ୧୨ ତାରିଖରୁ ଆଉ ଏକ ଲଘୁଚାପ ହେବା ନେଇ ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ଗତ ୬ ତାରିଖରୁ ରାଜ୍ୟରେ ଲଗାତାର ବର୍ଷା ହୋଇଥିଲା । ଏପରିକି କିଛି ବ୍ଲକରେ ୩୦୦ ମିମିରୁ ଅଧିକ ବର୍ଷା ହୋଇଥିଲା । କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । କିନ୍ତୁ ଗତକାଲିଠାରୁ ବର୍ଷାର ପରିମାଣ କମିବା ସହ ପାଗ ଶୁଖିଲା ରହିଥିଲା ।

ଏତତ୍ ବତୀତ ଆସନ୍ତା ୧୨ ତାରିଖରେ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗର କହିବାନୁସାରେ, ମଧ୍ୟ ଭାରତରେ ଆସନ୍ତା ୧୨ ତାରିଖରେ ଲଘୁଚାପ ଘନିଭୂତ ହେବ । ଏହାର ପ୍ରଭାବରେ ଉତର ଓଡିଶାରେ ବର୍ଷା ହେବ । କିନ୍ତୁ ଆସନ୍ତା ୩ଦିନ ପାଗ ଶୁଖିଲା ରହିବ ।  ଗତ ଲଘୁଚାପ ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହୋଇଛି । ଆଗକୁ ମୌସୁମୀ ସକ୍ରିୟ ରହିବ । ଏବେ ସୁଧା ୮ ପ୍ରତିଶତ ନିଅଂଟ ବର୍ଷା ହୋଇଛି । ଯାହା ଆଗାମୀ ଦିନରେ ଭରଣା ହୋଇଯିବ ବୋଲି ବିଭାଗ କହିଛି ।