ପିପିଲି ଉପନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସେ କହିଛନ୍ତି ନିର୍ବାଚନ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ଭିଭିପାଟ ଏବଂ ଇଭିଏମ୍‌ ମହଜୁଦ ରହିଛି । ପୁଲିଂ ପାର୍ଟିର ଟ୍ରେନିଂ ଶେଷ ହୋଇଛି । ନିର୍ବାଚନ କମିଶନର ତାରିଖ ଘୋଷଣା କଲେ, ଆମେ ନିର୍ବାଚନ କରିବାକୁ ପ୍ରସ୍ତୁତ ।

କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଭୋଟ୍ ଗ୍ରହଣ କରାଯିବ । ସେଥିପାଇଁ ଅତିରିକ୍ତ ବୁଥର ବ୍ୟବସ୍ଥା କରାଯାଇଛି । ଗୋଟିଏ ବୁଥ୍‌ରେ ୧୦୦୦ ଜଣ ଭୋଟର ଭୋଟ୍ ଦେବାର ବ୍ୟବସ୍ଥା ହୋଇଛି । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏସ୍‌.କେ. ଲୋହାନୀ ସୂଚନା ଦେଇଛନ୍ତି ।

we are fully prepared for pipili by election : ceo odisha