ବଢୁଛି ହୀରକୁଦ ଜଳସ୍ତର

ସମ୍ବଲପୁର: ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଡିପ ଡିପ୍ରେସନ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ହୋଇଥିଲା । ଫଳରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି । ତେଣୁ ଆସନ୍ତା ୧୪ରେ ଜଳ ନିଷ୍କାସନ କରାଯିବା ପାଇଁ ଗେଟ ଖୋଲାଯିବ । 

ହୀରାକୁଦ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି । ତେଣୁ ଆସନ୍ତା ୧୪ରେ ହୀରାକୁଦ ଡ୍ୟାମର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବା ପାଇଁ ଗେଟ ଖୋଲାଯିବ । ଦିନ ୧୧ଟା ପରେ କୈାଣସି ସମୟରେ ମଧ୍ୟ ଏହି ଜଳ ନିଷ୍କାସନ ଗେଟ ଖୋଲାଯିବ ।  ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଲଗାଣ ବର୍ଷା କାରଣରୁ ଏହା ବର୍ତ୍ତମାନ ୬୧୦. ୩୯ଫୁଟରେ ପହଂଚିଲାଣି । ଡ୍ୟାମକୁ ୧ଲକ୍ଷ ୮୩ହଜାର ୬୧୫ କୁସେକ ଜଳ ପ୍ରବେଶ କରୁଥିବା ବେଳେ ୧୬ହଜାର ୯୨୯ କ୍ୟୁସେକ  ଜଳ ନିଷ୍କାସନ ହେଉଛି ।  ଆସନ୍ତା ୧୪ରେ ବର୍ଷାର ସ୍ଥିତି ଦେଖି କେତୋଟି ଗେଟ ଖୋଲାଯିବ ସେନେଇ ନିଷ୍ପତି ନିଆଯିବ । ଏନେଇ ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ନାୟକ ସୂଚନା ଦେଇଛନ୍ତି ।