ଜଳକା ଓ ବଂଶଧାରା ନଦୀରେ ବନ୍ୟା ଆଶଙ୍କା

ବାଲେଶ୍ୱର:ଦକ୍ଷିଣ ଓ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଯାହା ପ୍ରଭାବରେ ରାଜ୍ୟରେ ଗତ ୨ଦିନ ହେଲା ବର୍ଷା ଜାରି ରହିଛି । ଲଗାଣ ବର୍ଷା ଫଳରେ ଉତ୍ତର ଓଡ଼ିଶାରେ ପ୍ରବାହିତ ହେଉଥିବା ଜଳକା ନଦୀ ଓ ଦକ୍ଷିଣରେ ପ୍ରବାହିତ ବଂଶଧାରା ନବୀର ଜଳସ୍ତର ବିପଦ ସଙ୍କେତ ଟପିଛି । ଫଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । 

ସୂଚନାନୁସାରେ, ସାରା ରାଜ୍ୟରେ ୨ଦିନ ହେବ ଲଗାଣ ବର୍ଷା ଫଳରେ ବାଲେଶ୍ୱର ଜିଲ୍ଲା ମଥାନୀ ନିକଟରେ ଜଳକା ନଦୀ ବିପଦ ସଙ୍କେତ ଟପିଛି । ଜଳକା ନଦୀର ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଆଜି ଗତ ୨ଦିନର ଲଗାଣ ବର୍ଷା ଯୋଗୁଁ ଆଜି ଜଳ ପତ୍ତନ ୬.୦୦ ମିଟର ଉପରେ ରହିଛି । ଫଳରେ ଜଳକା ନଦୀରେ ବନ୍ୟା ଆସିବା ଦ୍ୱାରା ବସ୍ତା ଆଦି ବ୍ଲକ୍‌ରେ ଏକାଧିକ ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା ରହିଛି । 

ସେହିପରିି ଗଜପତିରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ଫଳରେ ଗଜପତି ଜିଲ୍ଲା କାଶୀନଗର ଠାରେ ବଂଶଧାରା ବିପଦ ସଂକେତ ଟପିଛି । ବଂଶଧାରା ନଦୀ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ବର୍ତ୍ତମାନ ଏହାର ଜଳସ୍ତର ୫୫.୦୧ ମିଟର ରହିଛି ।