ଟ୍ରକ୍‌-ପୁଲିସ୍ ଭ୍ୟାନ୍‌ ମୁହାଁମୁହିଁ : 2 ମୃତ, 30ରୁ ଅଧିକ ଆହତ

ଏକ ଟ୍ରକ୍ ଓ ପୁଲିସ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 30ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 4 ଜଣ ଗୁରୁତର ଅଛନ୍ତି। ସମସ୍ତ ମୃତାହତ ହେଉଛନ୍ତି ପୁଲିସ୍ କର୍ମଚାରୀ।

bus1

ଆଜି ସକାଳ ପ୍ରାୟ 6ଟା ବେଳେ ବେଲପାହାଡ଼ର ଏକ ପେଟ୍ରୋଲ୍ ପମ୍ପ ନିକଟରେ ଏନ୍‌ଏଚ୍‌-49ରେ ଏହି ଦୁର୍ଘଟଣା ଘଟିଥିଲା। ଏତେ ଜୋରରେ ଧକ୍କା ହୋଇଥିଲା ଯେ ପୁଲିସ୍ ଭ୍ୟାନ୍‌ର ସମ୍ମୁଖ ଭାଗ ପୂରା ନଷ୍ଟ ହୋଇଯାଇଛି।

truck

ଆହତମାନଙ୍କୁ ଟିଆର୍‌ଏଲ୍ ହସ୍‌ପିଟାଲ୍ ଓ ମଣ୍ଡଳିଆ ସ୍ଥିତ କେନ୍ଦ୍ରୀୟ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

police1

ଭ୍ୟାନ୍‌ରେ ପ୍ରାୟ 30 ଜଣ ପୁଲିସ୍ କର୍ମଚାରୀ ଥିଲେ। ସେମାନେ ସମସ୍ତେ ଝାରସୁଗୁଡ଼ା ଓଏସ୍‌ଏପି ସେକେଣ୍ଡ ବାଟାଲିଅନ୍‌ର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେମାନେ ଝାରସୁଗୁଡ଼ାରୁ ବନହରପାଲି ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।