ଚାଲିରୁ ଜାଣନ୍ତୁ ପ୍ରେମିକଙ୍କ ସ୍ୱଭାବ, ଆଗକୁ ବଢାନ୍ତୁ ପ୍ରେମ ଗାଡି

ଆପଣ ଆପଣଙ୍କ ପ୍ରେମିକଙ୍କ ସ୍ୱଭାବ କେମିତି ହୋଇଥିବ ତାହା ଜାଣିବାକୁ ଚିନ୍ତିତି କି ? ଆପଣ ଭାବି ପାରୁ ନାହାନ୍ତି ବିନା ସ୍ୱଭାବ ଜାଣି ପ୍ରେମ ସଂପର୍କକୁ ଆଗକୁ ବଢାଇବେ ନା ନାହିଁ । କଣ କହିବେ ପ୍ରେମରେ ହଁ ମାରିବେ ନା ନାଇଁ କରିବେ । ତେବେ ଆପଣ ବ୍ୟସ୍ତ ହୁଅନ୍ତୁନି । ଆପଣ କେବଳ ଆପଣଙ୍କ ପ୍ରେମିକଙ୍କ ଚାଲିକୁ ନଜର କରନ୍ତୁ । ସେଥିରୁ ଜାଣିଯିବେ ଆପଣଙ୍କ ପ୍ରେମିକଙ୍କ ସ୍ୱଭାବ କଣ, ସେ ରାଗି,ଲାଜକୁଳା ନା ସ୍ୱଭାମାନି । ବାସ ଏସବୁ ଜାଣିପାରେ ।ପଣ ନିଷ୍ପତି ନିଅନ୍ତୁ ପ୍ରେମରେ ବ୍ରେକ ଦେବେ ନା ଆଗକୁ ବଡିବେ ।କଥାରେ ଅଛି ଚାଲି କଥା କହେ । ଅର୍ଥାତ ଚାଲିବା ଷ୍ଟାଇଲ ହିଁ କହିଦିଏ କାହାର ସ୍ୱଭାବ କେମିତି ।

ଚାଲି ଜଣେ ବୃକ୍ତିଙ୍କ ସ୍ବଭାବ କିପରି ତାହା ସମ୍ପର୍କରେ ସହଜରେ ସୂଚନା ଦେଇଥାଏ । ଏନେଇ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଶୀଘ୍ର ଶୀଘ୍ର ଚାଲୁଥିବା ବ୍ୟକ୍ତି ସାଧାରଣତଃ ହୋଇଥାନ୍ତି ଏନର୍ଜେଟିକ୍‌ । ଏମାନଙ୍କ ମଧ୍ୟରେ ଆମତ୍ବିଶ୍ୱାସ ଭରପୁର ରହିଥାଏ । ଏମାନେ ହୋଇଥାନ୍ତି ସାହାସୀ । ଯେଉଁମାନଙ୍କ ଜୀବନରେ କୌଣସି ଚିନ୍ତା ନାହିଁ ସେମାନେ ଧୀରେ ଧୀରେ ଚାଲନ୍ତି । ଏମାନେ ସ୍ବଭାବରେ ବହୁତ ଶାନ୍ତ ହୋଇଥାନ୍ତି । ପାଦ ଘୋଷାରି ଘୋଷାରି ଚାଲୁଥିବା ଲୋକମାନେ ଖୁବଶୀଘ୍ର ରାଗିଯାଇଥାନ୍ତିି । ଛୋଟ ଛୋଟ କଥାରେ ଏଭଳି ବ୍ୟକ୍ତି ହୋଇଥାନ୍ତି ଅବସାଦ ଗ୍ରସ୍ତ । ଚୁପଚାପ୍‌ ଚାଲନ୍ତି ସେମାନେ ହୋଇଥାନ୍ତି ଲାଜକୁଳା ସ୍ବଭାବର । ଏମାନଙ୍କ ମଧ୍ୟରେ ଆମତ୍ସମ୍ମାନର ଅଭାବ ରହିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ସୂଚିତ କରାଯାଇଛି।