ସକାଳ ୯ଟା ସୁଦ୍ଧା ୧୦% ମତଦାନ

ଭୁବନେଶ୍ୱର: ରବିବାର ସକାଳୁ ରାଜ୍ୟର ୩୪ଟି ବୁଥ୍‌ରେ ଚାଲିଥିବା ସାନି ମତଦାନରେ ପୂର୍ବାହ୍ନ ୯ଟା ସୁଦ୍ଧା ୧୦% ଭୋଟ୍‌ ଦାନ ହୋଇଛି।

ଏହି ସବୁ ବୁଥ୍‌ରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସମୟରେ ଇଭିଏମ୍‌ ତ୍ରୁଟି ଓ ବିଶୃଙ୍ଖଳା ହୋଇଥିବା ଅଭିଯୋଗ ହୋଇଥିଲା।ଶାନ୍ତିଶୃଙ୍ଖଳାରେ ବରୀରେ ୫ଟି ବୁଥ୍‌, ବାରିପଦା, ମାହାଙ୍ଗା ଓ ଆଠଗଡ଼ରେ ୪ଟି ‌େଲଖାଏ ବୁଥ୍‌, ଜଳେଶ୍ବର, ବ୍ରହ୍ମଗିରି ଓ ବିଞ୍ଝାରପୁରରେ ୨ଟି ଲେଖାଏ ବୁଥ୍‌, ବଡ଼ମ୍ବା, ଦେବଗଡ଼, ସତ୍ୟବାଦୀ, ତାଳଚେର, ଘଷିପୁରା, ଭୁବନେଶ୍ବର ମଧ୍ୟ, ଧର୍ମଶାଳା, ସୁକିନ୍ଦା, ବାଙ୍ଗିରିପୋଷି, ସାଲେପୁର ଓ ପାରାଦୀପରେ ଗୋଟିଏ ଲେଖାଏ ବୁଥ୍‌ରେ ସାନି ମତଦାନ ଚାଲିଛି।