କାଲି ସକାଳ ୮ ରୁ ଭୋଟଗଣତି

ନୂଆଦିଲ୍ଲୀ : କାଲି ସକାଳ ୮ ରୁ ହେବ ଭୋଟଗଣତି । ଦେଶର ୫୪୩ ଲୋକସଭା ଆସନର ଭୋଟଗଣତି ହେବ । ରାଜ୍ୟର୨୧ ଟି ଲୋକସଭା ସମେତ ୧୪୬ ଟି ବିଧାନସଭା ପାଇଁ ଭୋଟଗଣତି ହେବ । ରାଜ୍ୟର ମୋଟ ୬୩ ଟି ସ୍ଥାନରେ ଭୋଟଗଣତି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି । ପ୍ରତି ଲୋକସଭା ନିର୍ବାଚନମଣ୍ଡଳୀ ସମେତ ପ୍ରତିଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୫ ଟି ଲେଖାଁଏ ବୁଥର ଭିଭିପାଟ ଚିରକୁଟ ଗଣାଯିବା ବ୍ୟବସ୍ଥା ଥିବାରୁ ଫଳାଫଳ ଆସିବାରେ ବିଳମ୍ବ ହୋଇପାରେ ।

ମୋଟ ୫ ହଜାର ୭ ଶହ କର୍ମଚାରୀ ଭୋଟଗଣତି କାମରେ ନିୟୋଜିତ ହେବେ । ପ୍ରତି ହଲରେ ଅନ୍ୟୁନ ୭ଟି ଟେବୁଲ ବିଧାନସଭା ପାଇଁ ଓ ୭ ଟି ଲୋକସଭା ଇଭିଏମ ଗଣତି କରିବାକୁ ବ୍ୟବସ୍ଥା ହୋଇଛି । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଟିଂ ସହାୟକ ଓ ଜଣେ ମାଇକ୍ରୋ ଅବଜରଭର ନିୟୋଜିତ ହେବେ । ସୁରକ୍ଷା ଦୃଷ୍ଟିରୁ ଭୋଟଗଣତି କେନ୍ଦ୍ରରେ ସିସିଟିଭି ସମେତ ଭିଡିଓଗ୍ରାଫି କରାଯିବ ।