ପୁରୀ ଗସ୍ତରେ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌

ଆଜି ସକାଳୁ ସକାଳୁ ପୁରୀ ଗସ୍ତରେ  5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଲାଭ କରିଛନ୍ତି । ଏଥିସହ  ବିଭିନ୍ନ ଉନ୍ନତିମୂଳକ କାମର କରିଛନ୍ତି ସମୀକ୍ଷା ।

ଖବର ଅନୁଯାୟୀ, ରତ୍ନସିଂହାସନରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ପାଣ୍ଡିଆନ। ଏଥିସହ ମା ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରିଥିଲେ ପାଣ୍ଡିଆନ। ପରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିବା ସହ ଅନ୍ୟାନ୍ୟ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ।

ତେବେ ପାଣ୍ଡିଆନଙ୍କ ଗସ୍ତ ସମୟରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସହରରେ ଚାଲିଥିବା ବିଭିନ୍ନ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଅଗ୍ରଗତି ନେଇ ଅଧିକାରୀମାନଙ୍କୁ ପାଣ୍ଡିଆନ ପଚାରି ବୁଝିଥିଲେ।