ମାଲକାନାଗିରି ମେଡିକାଲ୍ ଅନୁଧ୍ୟାନ କଲେ ୫ଟି ସଚିବ ଭିକେ ପାଣ୍ଡିଆନ୍

ମାଲକାନାଗିରି :ସରକାରୀ ମେଡିକାଲରେ ଠିକ୍ ଭାବରେ କାମ ହେଉଛି କି ନାହିଁ। ମେଡିକାଲରେ ରୋଗୀସେବା, ଭିତ୍ତିଭୂମି ଠିକ୍ ଅଛି କି ନାହିଁ ଏହି ସବୁ ସ୍ଥିତି ପରଖିବାକୁ ଆଜି ମାଲକାନାଗିରି ମେଡିକାଲରେ ପହଁଚିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍। 

ମାଲକାନାଗିରି ମେଡିକାଲରେ ଆଜି ସ୍ଥିତି ଅନୁଧ୍ୟାନ କରୁଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍। ତାଙ୍କ ସହ ଏନଆରଏଚ୍ଏମ୍ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ଓ ପ୍ରମୁଖ ସଚିବ ଅଶୋକ ମୀନା ସାମିଲ ଅଛନ୍ତି। ଏତଦ୍ ବ୍ୟତୀତ ଅନୁଧ୍ୟାନ ସମୟରେ ମାଲକାନାଗିରି ଜିଲ୍ଲାପାଳ ଓ ଏସପି ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ମେଡିକାଲରେ ରୋଗୀସେବା, ସ୍ଵାସ୍ଥ୍ୟସେବା ଓ ଭିତ୍ତିଭୂମି ନେଇ ଅଧିକାରୀମାନେ ପଚାରି ବୁଝୁଥିବା ସୂଚନା ମିଳିଛି।