କେନ୍ଦ୍ରାପଡ଼ା ଗସ୍ତ: ୪ ମାସ ଭିତରେ ଚିକିତ୍ସାଳୟର ସମସ୍ତ କାମ ଶେଷ କରିବାକୁ ପାଣ୍ଡିଆନ୍‌ ଦେଲେ ନିର୍ଦ୍ଦେଶ

କେନ୍ଦ୍ରାପଡା: ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନାର  କାର୍ଯ୍ୟକାରୀତା ତଦାରଖ ଲାଗି  ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ଇଚ୍ଛାପୁର ଶ୍ୟାମଗୁଡିଆରେ ନିର୍ମାଣଧିନ ମାତୃ ଓ ଶିଶୁ ଚିକିତ୍ସାଳୟକୁ ରାଜ୍ୟ ସରକାରଙ୍କ ୫ଟି ସଚିବ ସଚିବ ଭି.କେ.ପାଣ୍ଡିଆନ ପରିଦର୍ଶନରେ କରିଥିଲେ। ଏଥିସହ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟଚିକିତ୍ସାଳୟର ପ୍ରସୂତି ବିଭାଗ, ମହିଳା ଓ ଶିଶୁ ବିଭାଗ, ପୁରୁଷ ସର୍ଜରୀ ବିଭାଗ, ପାଥୋଲ୍ୟାବ୍‌ ଆଦି ବୁଲି ଦେଖିଥିଲେ।

ପରିଦର୍ଶନ ପରେ ଚିକିତ୍ସାଳୟର ଗ୍ରାଉଣ୍ଡ ଫ୍ଲୋରର ବାକିଥିବା କାମକୁ ଆସନ୍ତା ୪ ମାସ ମଧ୍ୟରେ ନିର୍ମାଣ କରି ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ହସ୍ତାନ୍ତର କରିବା ପାଇଁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିଦର୍ଶନ ସମୟରେ ଭି.କେ ପାଣ୍ଡିଆନ୍‌ଙ୍କ ସହ ରାଜ୍ୟ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ।

୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ କେନ୍ଦ୍ରପଡାଗସ୍ତ ପରେ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇ କହିଛନ୍ତି, ୨୦୨୦ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ଶାମଗୁଡିଆଠାରେ ନିର୍ମାଣାଧୀନ ଶିଶୁ ଓ ମାତୃମଙ୍ଗଳ ସ୍ୱାସ୍ଥ୍ୟକେନ୍ଦ୍ରର ତଳ ମହଲା ନିର୍ମାଣ କାର୍ଯ୍ୟ ଶେଷ ହେବ। ସେହିପରି ଜିଲ୍ଲା ମୁଖ୍ୟ ଚିକତ୍ସାଳୟର ଓପିଡି ଓ ଡାଇଲିସିସ୍‌ ସେଣ୍ଟରର ସମସ୍ତ ଆବଶ୍ୟକତା କିପରି ପୂରଣ ହେବ ସେ ନେଇ ବ୍ୟବସ୍ଥା କରାଯିବ।