ବିଶାଖାପାଟଣା: ବିଶାଖାପାଟଣା ଗ୍ୟାସ୍ ଲିକ୍ ଘଟଣାରେ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି ହୋଇଥିବା ଜଣାପଡିଛି । ଏହା ସହିତ ଆଖପାଖ ଗାଁର ପ୍ରାୟ ୫ ହଜାରରୁ ଅଧିକ ଲୋକ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମୃତକଙ୍କ ପାଇଁ ୧ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।
କମ୍ପାନି ସୁତ୍ରରୁ ଜଣାପଡ଼ିଛି ଯେ ଲକଡାଉନ ଯୋଗୁଁ ପ୍ଲାଂଟଟି ବନ୍ଦ ଥିଲା ଓ କିଛି ଦିନ ପରେ ଏହା ଖୋଲିବାର ଥିଲା । ତେବେ ମେଂଟେନାନ୍ସ ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ଏକ ଟାଙ୍କିରୁ ଗ୍ୟାସ ଲିକ ହେଉଥିବା ଜାଣିବାକୁ ପାଇଥିଲେ । ସେ ତୁରନ୍ତ କମ୍ପାନିର ଅଧିକାରୀମାନଙ୍କୁ ଜଣାଇଥିଲେ ମଧ୍ୟ ଦୁର୍ଘଟଣାକୁ ଏଡ଼ାଯାଇପାରିନଥିଲା । ଏହି କ୍ଷୟକ୍ଷତିର ଆକଳନ କରାଯାଉଛି ଓ କର୍ମଚାରୀ ଓ ଆଖପାଖ ଗାଁର ଲୋକମାନଙ୍କ ସୁରକ୍ଷା ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଉଛି ।