ବିଶାଖାପାଟଣା ଗ୍ୟାସ୍ ଲିକ୍ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ

ନୂଆଦିଲ୍ଲୀ: ବିଶାଖାପାଟଣା ଗ୍ୟାସ୍ ଲିକ୍ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ସମସ୍ତଙ୍କ ନିରାପତା ଓ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି ବୋଲି କହିଛନ୍ତି ।

ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ବିଶେଷ ଧ୍ୟାନ ଦିଆଯାଇଥିବା ବିଶାଖାପାଟଣା ପରିସ୍ଥିତି ସମ୍ବନ୍ଧରେ ଗୃହ ବ୍ୟାପାର ମନ୍ତ୍ରାଳୟ ଅଧିକାରୀ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ସହ କଥାବାର୍ତା କରିଛି। ବିଶାଖାପାଟଣାରେ ସମସ୍ତଙ୍କ ନିରାପତା ଓ ସୁସ୍ଥତା ପାଇଁ ପ୍ରାଥର୍ନା କରୁଛି।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ ମଧ୍ୟ ବିଶାଖାପାଟଣା ରାସାୟନିକ କାରଖାନାରେ ବାଷ୍ପ ଲିକ୍ ବିଷୟରେ ପଚାରି ବୁଝିଛନ୍ତି। ଲୋକମାନଙ୍କୁ ବଂଚାଇବା ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ନିମନ୍ତେ ସବୁ ପ୍ରକାର ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ଅଧିକାରୀମାନଙ୍କୁ ସେ ନିର୍ଦେଶ ଦେଇଛନ୍ତି ବୋଲି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।