କୋହଲିଙ୍କ ନାମରେ ହେବ କୋଟଲା ଷ୍ଟାଡିୟମର ଷ୍ଟାଣ୍ଡ: ଆଜି ହେବ ଶୁଭାରମ୍ଭ

ନୂଆଦିଲ୍ଲୀ:ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘ ବା ଡିଡିସିଏ ଫିରୋଜ ଶାହା କୋଟଲାର ନୂଆ ପ୍ୟାଭିଲିୟନ ଷ୍ଟାଣ୍ଡର ନାମ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କନାମରେ ରଖିବ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ଆଜି ଏହାର ଶୁଭାରମ୍ଭ ହେବ । ଏହି କାର୍ଯ୍ୟକ୍ରମ ଜବାହାରଲାଲ ନେହେରୁ ଷ୍ଟାଡିୟମର ଭାରତୋଳନ ହଲରେ ଅନୁଷ୍ଠିତ ହେବ । ଯେଉଁଠାରେ କୋଟଲା ଷ୍ଟାଡିୟମର ନାମ ଅରୁଣ ଜେଟଲୀ ନାମରେ ରଖାଯିବ ।

ଡିଡିସିଏର ଅଧ୍ୟକ୍ଷ ରଜତ ଶର୍ମାଙ୍କ କହିବାନୁସାରେ ଏଠାରେ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଯେଉଁଠାରେ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯିବ । ଦିଲ୍ଲୀ କ୍ରିକେଟରେ ତାଙ୍କର ଅନେକ ଯୋଗଦାନ ରହିଛି । ଷ୍ଟାଡିୟମକୁ ତାଙ୍କ ନାମରେ ରଖାଯାଇ ମଦତ ଉଦ୍ଦେଶ୍ୟକୁ ପୂରଣ କରାଯିବ । ଏଠାରେ କୋହଲିଙ୍କୁ ମଧ୍ୟ ସମ୍ମାନିତ କରାଯିବ । କାରଣ ସେ ନିକଟରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଫଛରେ ପକାଇ ସବୁଠାରୁ ଅଧିକ ମ୍ୟାଚ ଜିତିଥିବା ଅଧିନାୟକ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ କୋହଲିଙ୍କ ସହ ଦଳର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ।

ଏହା ପରେ ଭାରତୀୟ ଦଳ ଧର୍ମଶାଳା ଗସ୍ତ କରିବ । ସେଠାରେ ସାଉଥ ଆଫ୍ରିକା ବିରୋଧରେ ତିନୋଟି ଟି୨୦ ସିରିଜ ଖେଳିବ । ପ୍ରଥମ ଟି୨୦ ୧୮ରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ଓ ତୃତୀୟ ମ୍ୟାଚ ଯଥାକ୍ରମେ ୧୮ ଓ ୨୨ ତାରିଖରେ ଖେଳାଯିବ ।