ଗୋଟିଏ ଫ୍ରେମରେ ଏକାଠି ହେବନି- ବିରାଟ ଅନୁଷ୍କା

ନୂଆଦିଲ୍ଲୀ : ବଲିଉଡ ଓ କ୍ରିକେଟ ଦୁନିଆରେ ସବୁଠୁ ଅଧିକ ଚର୍ଚ୍ଚିତ ରୋମାଣ୍ଟିକ କପୁଲ୍‍ ବିରୁଷ୍କାଙ୍କ ଏକାଠି ହେବନି । କଣ ଆପଣ ଡରିଗଲେ କି ଆମେ ସେମାନଙ୍କର  ଏକାଠି ଫୋଟ କଥା କହୁଛୁ । ବିରାଟ କୋହେ ଲି ଓ ଅନୁଷ୍କା ଶର୍ମାଙ୍କ ଏକାଠି ରୋମାଣ୍ଟିକ ଫଟୋ କି ଭିଡିଓ ଆଉ ସୋସିଆଲ ମିଡିଆରେ ଆସିବନି । ସୋସିଆଲ ମିଡିଆ ବ୍ୟବହାର କାରୀ ଫଟୋ ଗୋଟିଏ ଫ୍ରେମରେ ଦୁହିଁଙ୍କ ଫଟୋ ଆଉ ସୋସିଆଲ ମିଡିଆରେ ଦେଖିବାକୁ ମିଳିବନି । ଏବେ ଦୁଇ ଜଣ ଇଂଲଣ୍ଡ ଗସ୍ତରେ ଥିବାବେଳେ ସବୁ ଦିନ କିଛି ନା କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି । ହେଲେ ସେମାନଙ୍କର ଫଟୋ ବା ଭିଡିଓ ସେୟାର ଉପରେ ରୋକ ଲାଗିଛି ।  ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ପୂର୍ବରୁ ଭାରତୀୟ କ୍ରିକେଟ ଟିମ ପାଇଁ ଏମିତି ନୂଆ ନିୟମ ଲାଗୁ ହୋଇଛି । ନୂଆ ନିୟମ ଅନୁସାରେ କୈଣସି ଖେଳାଳୀ ସେମାନଙ୍କର ପତ୍ନୀ କି ପ୍ରେମିକାଙ୍କ ସହ ଫଟୋ କିମ୍ବା ଭିଡିଓ ସୋସିଆଲ ମିଡିଆରେ ସେୟାର କରିପାରିବେନି । ଏହି ନିୟମ ପାଇଁ ସବୁ କ୍ରିକେଟରଙ୍କ ପତ୍ନୀ ଓ ପିଲାମାନଙ୍କୁ ଇଂଲଣ୍ଡରୁ ଘରକୁ ଫେରିବେ ।