ପଡୋଶୀଙ୍କ ବାଥରୁମରେ କ୍ୟାମେରା ଲଗାଇ ମହିଳାଙ୍କ ଗାଧୁଆବେଳର ନଗ୍ନ ଭିଡିଓ ଭାଇରାଲ କଲେ ଯୁବକ

କୋଲକତା : ପଡୋଶୀଙ୍କ ବାଥରୁମରେ କ୍ୟାମେରା ଲଗାଇ ଗାଧୁଆବେଳର ନଗ୍ନ ଦୃଶ୍ୟକୁ ଭିଡିଓ କଲେ । ଆଉ ପରେ କ୍ୟାମେରାରେ କଏଦ ଭିଡିଓକୁ ସୋସିଆଲ ମଡିଆରେ ଭାଇରାଲ କରାଗଲା । ଏମିତି ଅଭିଯୋଗ ହୋଇଛି ପଶ୍ଚିମବଙ୍ଗରେ । ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘର ବାଥରୁମରେ ପଡୋଶୀ ଯୁବକ କ୍ୟାମେରା ଖଞ୍ଜିଛନ୍ତି । ଆଉ ପରେ ଗାଧୁଆ ସମୟର ନଗ୍ନ ଭିଡିଓକୁ ଭାଇରାଲ କରିଛନ୍ତି । ପୀଡିତା ଜଣଙ୍କ ପୋଲିସରେ ଅଭିଯୋଗ କରିବା ପରେ ପଡୋଶୀ ଅଭିଯୁକ୍ତ ଜଣଙ୍କ ପୀଡିତାଙ୍କ ଘରେ ପଶି ତାଙ୍କୁ ମାଡ ମାରିବା ସହ ଅଭିଯୋଗ ଫେରାଇ ନଆଣିଲେ ସ୍ୱାମୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି । ପୋଲିସ ଅଭିଯୋଗ ପାଇ ଫେରାର ହୋଇଥିବା ଅଭିଯୁକ୍ତକୁ ଧରିବାକୁ ଚଢାଉ ଜାରି ରଖିଛି ।

ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଇମ୍‌ରୁଲ ଶେଖ୍‌ ଜଣେ କପଡ଼ା ବ୍ୟବସାୟୀ ହୋଇଥିବା ବେଳେ ଆମ ଘରକୁ ପ୍ରାୟ ଯିବାଆସିବା କରୁଥିଲେ । କିଛି ଦିନ ତଳେ ଇମ୍‌ରୁଲ ଆମ ଘରକୁ ଆସିଥିବା ବେଳେ ବାଥ୍‌ରୁମ ବ୍ୟବହାର କରିବା ପାଇଁ କହିଥିଲେ । କିନ୍ତୁ ଜଣା ନଥିଲା ବାଥ୍‌ରୁମ୍‌ ଭିତରକୁ ଯାଇ ଇମ୍‌ରୁଲ ଏଭଳି କିଛି କରିବେ । ଜୁନ୍‌ ୧୮ରେ ମୁଁ ମୋର ଅଶ୍ଲୀଳ ଭିଡ଼ିଓ ଫେସ୍‌ବୁକ୍‌ରେ ଦେଖିବା ପରେ ସବୁ ସତ ସାମ୍ନାକୁ ଆସିଥିଲା। ସୋସିଆଲ ସାଇଟ୍‌ରେ ସେ ୪୫ମିନିଟ୍‌ର ଏକ ଭିଡ଼ିଓ ଅପ୍‌ଲୋଡ଼ କରିଥିଲେ । ଏହା ଦେଖି ମୁଁ ଅଭିଯୋଗ କରିବା ପରେ ଲଗାତାର ମୋତେ ମାଡ଼ ମାରିବା ସହ ମୋ ପରିବାର ଲୋକଙ୍କୁ ଧମକାଇବା ଆରମ୍ଭ କରିଥିଲେ । ଏ ନେଇ ପଞ୍ଚାୟତରେ ବୈଠକ ବସିଥିବା ବେଳେ ଇମ୍‌ରୁଲ ପୀଡ଼ିତା ଏବଂ ତାଙ୍କ ସ୍ୱାମୀଙ୍କୁ ଗାଳି ଦେବା ସହ ଆକ୍ରମଣ କରିବାର ଉଦ୍ୟମ କରିଥିଲେ ।