୧୪ ବର୍ଷିୟ ଛାତ୍ରୀଙ୍କୁ ସେକ୍ସ ଭିଡିଓ ଦେଖାଉ ଥିଲେ ଘରୋଇ ସ୍କୁଲର ପ୍ରିନ୍ସିପାଲ

ପୁନେ : ଗୁରୁ ଛାତ୍ର ଛାତ୍ରୀଙ୍କୁ ଭଲ ଶିକ୍ଷା ଦିଅନ୍ତି । ପାଠ ପଢାନ୍ତି ହେଲେ ଏମିତି ଗୁରୁ ଅଛନ୍ତି ଯେଉଁମାନେ ଜଣେ ୧୪ ବର୍ଷୀୟା ଛାତ୍ରୀଙ୍କୁ ପଣ୍ଣ ଭିଡିଓ ଦେଖାଇଥିବା ଅଭିଯୋଗ ଆସିଛି । ଖୋଦ ସ୍କୁଲର ପ୍ରିନ୍ସପାଲ ଏଭଳି ଘୁଣ୍ଣ କାମ କରି ପୋଲିସରେ ବୁକ ହୋିଛନ୍ତି । ପୁନେର ଏକ ସ୍କୁଲରେ ପ୍ରିନ୍ସପାଲଙ୍କ ବିରୋଧରେ ଏମିତି ଅଭିଯୋଗ ହୋଇଛି । କେଭଲ ଏତିକି ନୁହେଁ ସଂପୃକ୍ତ ସ୍କୁଲର ସେକ୍ସଓାଲ ହାରମେଣ୍ଟ ସେଲର ଜଣେ ମହିଳା କାଉନସିଲର ଘଟଣାକୁ ଜାଣିବି ଚୁପ ରହିବାକୁ ପୀଡିତାଙ୍କ ଉପରେ ଚାପ ପକାଉଥିବାରୁ ତାଙ୍କୁ ମଧ୍ୟ ପୋଲିସ ବୁକ କରିଛି ।

ଉଭୟ ଅଭିଯୁକ୍ତ  ଫେରାର ହୋଇ ଯାଇଥିବାରୁ ସେମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଛି ବୋଲି ଓ୍ଵାନ୍‌ଓ୍ଵାଡ଼ି ଥାନା କର୍ମଚାରୀମାନେ କହିଛନ୍ତି। ଘଟନାଟି ଏ ବର୍ଷ ମାର୍ଚ ମାସରେ ଘଟିଛି। ପର୍ଣ୍ଣ୍‌ ଭିଡିଓ ଦେଖାଇ ପ୍ରିନ୍‌ସିପାଲ୍‌ ଛାତ୍ରଜଣକୁ ଯୌନଶୋଷଣ କରିଥିଲେ। ଏ ବାବଦରେ ବାଳକ ସ୍କୁଲ୍‌ର ମହିଳା କାଉନ୍‌ସେଲର୍‌ଙ୍କୁ ଅଭିଯୋଗ କରିଥିଲା। କିନ୍ତୁ, କାଉନ୍‌ସେଲର୍‌ ଏ କଥାରେ ଚୁପ୍‌ ରହିବାକୁ ତାକୁ ଚୁପ୍‌ ରହିବାକୁ କହିଥିଲେ। ବୋଧହୁଏ ତାଙ୍କର ଭୟ ଥିଲା ପ୍ରିନ୍‌ସିପାଲ୍‌ଙ୍କ ବିରୋଧରେ କିଛି କହିଲେ ଚାକିରି ଖଣ୍ଡକ ଚାଲିଯାଇ ପାରେ। ପିଲାର ପାଠପଢ଼ା ନଷ୍ଟ ହେବ ଭାବି ପୀଡ଼ିତର ପରିବାର ମଧ୍ୟ ନିରବ ରହିଲେ। ପୁଲିସ ଆପଣାଛାଏଁ କୌଣସି ସୂତ୍ରରୁ ଖବର ପାଇ ସ୍କୁଲ୍‌ରେ ପହଞ୍ଚିଥିଲା। ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌ ଏବଂ ପ୍ରୋଟେକ୍‌ସନ୍‌ ଅଫ୍‌ ଚିଲ୍‌ଡ୍ରେନ୍‌ ଫ୍ରମ୍‌ ସେକ୍ସୁଆଲ୍‌ ଅଫେନ୍‌ସେସ୍‌ ଆକ୍ଟ୍‌ରେ ସ୍କୁଲ୍‌ ପ୍ରିନ୍‌ସିପାଲ୍‌ ଏବଂ କାଉନ୍‌ସେଲର୍‌ଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।