ଗାଁ  ବାହାଘର..

ଗାଁର କେହି ଦେଠେଇ, ଖୁଡ଼ିଙ୍କ ଦେହରେ ଖଣ୍ଡୁଆ କି ବମକେଇ ପାଟ ନଥିଲା..ସମସ୍ତେ ଫ୍ୟାନସି ଶାଡ଼ି ପିନ୍ଧିଥିଲେ..ରେଣୁ ତ ଗୋଟେ ନେଟ୍ ଶାଡ଼ୀ ପିନ୍ଧି ଆସିଥିଲା..ତା ବ୍ଲାଉଜର ପଛ ବେକ ପାଖରେ ଗୋଟେ ସରୁ ଫିତା, ଅଣ୍ଟା ଠୁ ସାମାନ୍ୟ ଉପରେ ଆଉ ଏକ ଫିତା ଥିଲା… ତା ମୁକୁଳା କେଶକୁ ସେ ଦି ଭାଗ କରି ଆଗ ପଟକୁ ନେଇଯାଇଥିଲା..ତା ଗୋରା ପିଠି ଉପରେ ବର ଯାତ୍ରୀଙ୍କ ଠୁ ଆରମ୍ଭ କରି ଗାଁ କକେଇ, ଦଦେଇଙ୍କ ନଜର ଥିଲା..

ଛବିର ବାହାଘର..ଗାଁରୁ ଆମ କୁଟୁମ୍ବର ମାଳତୀ ଖୁଡ଼ି ଫୋନ କରି ଜଣେଇଲେ..ତାଙ୍କ ଠୁ ଫୋନ ପାଇବା ପରେ ମୁଁ କେତେ କଣ ଭାବିଗଲି..ପିଲା ଦିନ ସାଂଗ ଟିକିନା ସହ ଦେଖାହେବ..ରେଣୁ ବି ଆସିଥିବ..ବସି ମନଭରି ଗପିବୁ ସମସ୍ତେ…ମାଛ କାଲିଆ, ସାଧାରେ ପୋଟଳ ରସା ନହେଲେ ବନ୍ଧା କୋବି-ଗ୍ରୀନ ମଟର ତରକାରୀ ମନ ଭରି ଖାଇବି..ଏମିତି କେତେ କଣ ଭାବି ସକାଳୁ ବାହାରିଲି…… ପହଞ୍ଚିବା ପରେ ଦେଖିଲି ଛବି ଲେହେଙ୍ଗା ପିନ୍ଧି ବସିଛି..ଦିନ ବହାଘର, ତେଣୁ ଲଞ୍ଚ କଲୁ.. ବଫେ ବ୍ୟବସ୍ଥା…ହେଲେ ମୁଁ ଚାହୁଁଥିବା କିଛି ବି ଖାଇବା ହେଇନଥିଲା…ଷ୍ଟାର୍ଟରରେ ସୁପ୍, ଚିକେନ୍ ପକୋଡ଼ା, ଆଉ ମେନ୍ କୋର୍ସରେ ମଟନ, ପନିର ବଟର ମସାଲା ଏମିତି ୨୦ରୁ ଅଧିକ ଆଇଟମ୍ ହେଇଥିଲା.. ଗାଁର କେହି ଦେଠେଇ, ଖୁଡ଼ିଙ୍କ ଦେହରେ ଖଣ୍ଡୁଆ କି ବମକେଇ ପାଟ ନଥିଲା..ସମସ୍ତେ ଫ୍ୟାନସି ଶାଡ଼ି ପିନ୍ଧିଥିଲେ..ରେଣୁ ତ ଗୋଟେ ନେଟ୍ ଶାଡ଼ୀ ପିନ୍ଧି ଆସିଥିଲା..ତା ବ୍ଲାଉଜର ପଛ ବେକ ପାଖରେ ଗୋଟେ ସରୁ ଫିତା, ଅଣ୍ଟା ଠୁ ସାମାନ୍ୟ ଉପରେ ଆଉ ଏକ ଫିତା ଥିଲା… ତା ମୁକୁଳା କେଶକୁ ସେ ଦି ଭାଗ କରି ଆଗ ପଟକୁ ନେଇଯାଇଥିଲା..ତା ଗୋରା ପିଠି ଉପରେ ବର ଯାତ୍ରୀଙ୍କ ଠୁ ଆରମ୍ଭ କରି ଗାଁ କକେଇ, ଦଦେଇଙ୍କ ନଜର ଥିଲା..ଟିକିନା ତା ପ୍ଲସ୍ ଥ୍ରୀ ପଡ଼ୁଥିବା ବେଟୀକୁ ଅଫ୍ ସୋଲଡର(ବେକ, କାନ୍ଧ ପୁରା ଦେଖାଯାଉଥିବା) ଏକ ଗାଉନ ପିନ୍ଧାଇ ଆଣିଥିଲା..ମିତା ଭାଉଜଙ୍କ ବେଟୀ ପିନ୍ଧିଥିବା ଗାଉନର ପାଦ ଠୁ ଜଂଘ ଅଧା ଯାଏଁ କଟା ଥିଲା, ଚାଲିବା ବେଳେ ତା ଲୋମ ବିହୀନ ଗୋରା ଜଂଘ ଆଡ଼କୁ ଟାଣି ହୋଇଯାଉଥିଲା ଅନେକଙ୍କ ଆଖି………ବାଟରେ ଆସିଲା ବେଳେ ମୋ ଅଫ୍ ମୁଡ୍ ଦେଖି ଲ ପଡ଼ୁଥିବା ପୁଅ କହିଲା “ମାମା ତମେ ଟାଉନରେ ରହି ମଡର୍ଣ୍ଣ ଲାଇଫ ଏନଜୟ କରିବ..ଆଉ ଦିନିକିଆ ଗାଁକୁ ଯାଇ ତାଙ୍କ ଅଭାବୀ ଜୀବନ ଭିତରେ ନିଜ ଖୁସି ଖୋଜିବ…ତମେ କଣ ଚାହଁଁନି ମଡର୍ଣ୍ଣନିଟି ସେମାନଙ୍କୁ ଛୁଉଁ ବୋଲି….ଭଲ ରାସ୍ତା ହେବା କଣ ଖରାପ….ନା ପୋଷାକ, ଖାଇବା ପିଇବା, ଚଳଣି ବଦଳିବା ଠିକ୍ ନୁହେଁ”….. ପୁଅ ବୋଧେ ଶତ ପ୍ରତିଶତ ଠିକ୍ କହୁଥିଲା….ତେଣୁ ମୋ ଗମ୍ଭୀର ମନକୁ ମୁଁ ହାଲକା କରିବାକୁ ଚେଷ୍ଟା କରୁଥିଲି….