ଓସ୍କାର ଦୌଡରେ “ଦ ଲାଷ୍ଟ କଲର”

ମୁମ୍ବାଇ: ସେଲିବ୍ରେଟି ସେଫରୁ ଫିଲ୍ମ ନିର୍ମାତା ସାଜିଥିବା ବିକାଶ ଖନ୍ନାଙ୍କ ଡେବ୍ୟୁ ଫିଲ୍ମ ‘ଦ ଲାଷ୍ଟ କଲର’ ଓସ୍କାରର ଫିଚର ଫିଲ୍ମ ସୂଚୀରେ ସାମିଲ ହୋଇଯାଇଛି । ଏହାର ସୂଚନା ବିକାସ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି । ସେ ଟ୍ୱିଟରରେ ଫିଲ୍ମର କିଛି ପୋଷ୍ଟର ସେୟାର କରି ଓସ୍କାରରେ ସାମିଲ ହେବା ଖୁସି ପ୍ରକାଶ କରିଛନ୍ତି ।

ବିକାଶ ଏହି ପୋଷ୍ଟରେ ଲେଖିଛନ୍ତି, ‘୨୦୨୦ରେ ଶାନଦାର ଆରମ୍ଭ । ଯାଦୁ, ଯାଦୁ । ୟୁନିଭର୍ସ ଆପଣଙ୍କର ଧନ୍ୟବାଦ । ମୋ କଳାର ଏହି ଛୋଟ ପ୍ରୟାସ ବିଶ୍ୱର ବରଦାନ । ଓସ୍କାର ଏକାଡେମୀ ୨୦୧୯, ୩୪୪ ବେଷ୍ଟ ପିକ୍ଚର ଘୋଷଣା କରିଛି ।’ଅନ୍ୟପଟେ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ନୀନା ଗୁପ୍ତା ମଧ୍ୟ ନିଜ ଖୁସି ଜାହିର କରିଛନ୍ତି । ସେ ବିକାଶଙ୍କ ଟ୍ୱିଟକୁ ରିଟ୍ୱିଟ କରି ଲେଖିଛନ୍ତି, ‘ବିଶ୍ୱାସ ହେଉନାହିଁ । ମୁଁ ବହୁତ ଖୁସି ଅନୁଭବ କରୁଛି ।’ ପ୍ରକାଶ ଥାଉକି ଏହି ଫିଲ୍ମ ଏଯାବତ ଭାରତରେ ରିଲିଜ ହୋଇନାହିଁ । ୨୦୧୯ ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲରେ ଏହି ଫିଲ୍ମର ସ୍କ୍ରିନିଂ କରାଯାଇଥିଲା ।‘ଦ ଲାଷ୍ଟ କଲର’ କାହାଣୀ ବୃନ୍ଦାବନ ଓ ବାରାଣାସୀରେ ରହୁଥିବା ବିଧବା ମହିଳାଙ୍କ ଜୀବନ ଉପରେ ଆଧାରିତ । ଏହି ମହିଳା ମାନଙ୍କ ସଂଘର୍ଷ ଓ ତାଙ୍କ ଦୁଃଖକୁ ଫିଲ୍ମରେ ପର୍ଯ୍ୟବେଶିତ କରାଯାଇଛି । ଏହାପୂର୍ବରୁ ବିଧବା ମହିଳାଙ୍କ ଉପରେ ମିରା ନାୟରଙ୍କ ଫିଲ୍ମ ‘ୱାଟର’ ମଧ୍ୟ ନିର୍ମାଣ ହୋଇଥିଲା । ଯେଉଁଥିରେ ଜନ ଅବ୍ରାହମ ଓ ଲିଜା ରେ, ସୀମା ବିଶ୍ୱାସ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।