ମୁମ୍ୱାଇରୁ ବିକାଶ ଦୁବେର ସହଯୋଗୀ ଗିରଫ

ମୁମ୍ୱାଇ: କୁଖ୍ୟାତ ଅପରାଧୀ ବିକାଶ ଦୁବେ ଗ୍ୟାଙ୍ଗର ସଦସ୍ୟ ଜଣଙ୍କ ପରେ ଜଣେ ଗିରଫ ହେଉଛନ୍ତି। କାନପୁରରେ ପୁଲିସ ଉପରକୁ ଗୁଳି ଚଳାଇବା ମାମଲାରେ ସଂପୃକ୍ତି ଥିବା ବିକାଶର ସହଯୋଗୀ ଗୁଡନ ତ୍ରିବେଦୀକୁ ମହାରାଷ୍ଟ୍ର ପୁଲିସ ଶନିବାର ଗିରଫ କରିଛି। କାନପୁର ଗୁଳିକାଣ୍ଡ ପରେ ଗୁଜନ ତ୍ରିବେଦୀ ସେଠାରୁ ଖସି ଆସି ଲୁଚିଥିଲା।

ଅପରାଧୀ ଗୁଡନ ତ୍ରିବେଦୀ ମହାରାଷ୍ଟ୍ରରେ ଲୁଚିଥିବା ନେଇ ଜଣା ପଡ଼ିବା ପରେ ଜୁହୁ ଏଟିଏସ ତା’ଉପରେ ନଜର ରଖିଥିଲା। ଥାନେ ଅଞ୍ଚଳରେ ଶନିବାର ଏଟିଏସ ଚଢ଼ାଉ କରି ଗୁଡନ ଏବଂ ତା’ର ଡ୍ରାଇଭର ସୋନୁ ତିଓ୍ୱାରୀକୁ ଗିରଫ କରିଛି।

ଗୁଡନ ନାରେ ଅନେକ ଅପରାଧିକ ମାମଲା ରହିଛି। ୨୦୦୧ରେ ଉତ୍ତର ପ୍ରଦେଶ ବିଜେପି ସରକାରରେ ମନ୍ତ୍ରୀ ଥିବା ସନ୍ତୋଷ ଶୁକ୍ଳାକୁ ଥାନା ଭିତରେ ହତ୍ୟା କରିବା ମାମଲାରେ ଗୁଡନର ସଂପୃକ୍ତି ରହିଛି। ଏହାବାଦ ଅନେକ ଅପରାଧିକ ମାମଲା ରହିଛି। ଗୁଡନ ବାବଦରେ ସୂଚନା ଦେବା ପାଇଁ ୟୁପି ପୁଲିସ ନିକଟରେ ପୁରସ୍କାର ରାଶି ଘୋଷଣା କରିଥିଲା।

ସୂଚନାଯୋଗ୍ୟ, ଗୁରୁବାର ମଧ୍ୟପ୍ରଦଶ ଉଜୈନରୁ ଗିରଫ ହୋଇଥିଲା ବିକାଶ ଦୁବେ। ଏହାପରେ ଶୁକ୍ରବାର କାନପୁର ନିକଟରେ ଏନକାଉଣ୍ଟରରେ ତା’ର ମୃତ୍ୟୁ ହୋଇଛି।