ବିଶ୍ୱକପ ଦଳରୁ ବାଦ ପଡିଲେ ବିଜୟ ଶଙ୍କର

ଲଣ୍ଡନ: ଭାରତୀୟ ବିଶ୍ୱକପ କ୍ରିକେଟ୍ ଟିମରୁ ଅଲରାଉଣ୍ଡର ବିଜୟ ଶଙ୍କର ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ଦଳରେ ସ୍ଥାନ ମିଳିଛି । ଗତକାଲିର ମ୍ୟାଚରେ ମଧ୍ୟ ବିଜୟଙ୍କୁ ଆଘାତ ପାଇଁ ସ୍ଥାନ ମିଳିନଥିଲା । । ତାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଦଳରେ ସାମିଲ କରାଯାଇଥିଲା ।

ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ରେ ଟିମ୍ ଇଣ୍ଡିଆ ପାଇଁ ଅଡୁଆ ବଢିବାରେ ଲାଗିଛି । ପ୍ରଥମେ ଓପନର ଶିଖର ଧାବନ ଆହତ ହୋଇ ବାଦ ପଡିଥିଲେ । ଏବେ ବିଜୟ ଶଙ୍କର ଦଳରୁ ବାଦ ପଡିଛନ୍ତି । ଏହା ପୂର୍ବରୁ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଆହତ ପାଇଁ ମ୍ୟାଚ ଖେଳିପାରୁ ନାହାନ୍ତି ।

ପିଟିଆଇର ଖବର ମୁତାବକ, ବିଜୟଙ୍କୁ ଜସପ୍ରିତ ବୁମରାହଙ୍କ ଏକ ବଲ ବାଜିଥିଲା । ଯାହା ତାଙ୍କ ଆଙ୍ଗୁଳିରେ ଲାଗିଥିଲା । ତାଙ୍କ ସ୍ଥିତି ଭଲ ନାହିଁ । ଏହି ଟୁର୍ଣ୍ଣାମେଂଟରେ ସେ ଆଉ ଆଗକୁ ଖେଳିବାକୁ ସକ୍ଷମ ନଥିବା ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଥିଲେ । ତେଣୁ ତାଙ୍କୁ ସ୍ୱଦେଶ ପ୍ରତ୍ୟବର୍ତନ କରିବାକୁ ପଡିବ । ଏହାସହ ବିଜୟଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ଦଳରେ ସ୍ଥାନ ମିଳିବା ନେଇ ମ୍ୟାନେଜମେଂଟ ଚିନ୍ତା କରୁଥିବା ସେ କହିଛନ୍ତି ।