ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଏକ ବଡ଼ ଧରଣର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ପ୍ୟାକେଜକୁ ନେଇ ଭିନ୍ନ ଭିନ୍ନ ଲୋକ ମତ ରଖୁଥିବାବେଳେ ଲଣ୍ଡନରୁ ମଧ୍ୟ ପ୍ରତିକ୍ରିୟା ଆସିଛି । ମଦ ବ୍ୟବସାୟୀ ବିଜୟ ମାଲ୍ୟା ଏହି ଘୋଷଣା ପାଇଁ କେନ୍ଦ୍ର ସରକାରଙ୍କୁ ଅଭିନନ୍ଦନ ଜଣାଇବା ସହ ଏହା ମଧ୍ୟ କହିଛନ୍ତି ଯେ ସରକାର ବର୍ତମାନ ମୋ ଠାରୁ ସମସ୍ତ ଟଙ୍କା ନେଇଯିବା ଉଚିତ ।
ବିଜୟ ମାଲ୍ୟା ତାଙ୍କ ତରଫରୁ ଟ୍ୱିଟ୍ କରି କହିଛନ୍ତି ଯେ କରୋନା ଜୀବାଣୁ ସଙ୍କଟ ମଧ୍ୟରେ ମୁଁ ରିଲିଫ୍ ପ୍ୟାକେଜ୍ ପାଇଁ ସରକାରଙ୍କୁ ଅଭିନନ୍ଦନ ଜଣାଉଛି। ସେମାନେ ଯେତିକି ଟଙ୍କା ଚାହିଁବେ ମୁଦ୍ରଣ କରିପାରିବେ, କିନ୍ତୁ ସେମାନେ ମୋ ଭଳି ଏକ ଛୋଟ ସହଯୋଗୀଙ୍କୁ ଅଣଦେଖା କରିବା ଉଚିତ୍ ହେଉନାହିଁ , ଯିଏ ଷ୍ଟେଟ ବ୍ୟାଙ୍କର ସମସ୍ତ ଟଙ୍କା ଫେରସ୍ତ କରିବାକୁ ଚାହୁଁଛନ୍ତି | ମୋ ଠାରୁ ପାଇବାକୁ ଥିବା ସମସ୍ତ ଟଙ୍କା ବିନା ସର୍ତରେ ନେଇ ମାମଲା ଶେଷ କରନ୍ତୁ ସରକାର । ଏଭଳି ଟ୍ୱିଟ କରିବା ପରେ ଟ୍ୱିଟର ଲୋକମାନେ ତାଙ୍କୁ ଅନେକ ପ୍ରକାରର କମେଂଟ କରିବା ସହ ଟ୍ରୋଲ ମଧ୍ୟ କରିଛନ୍ତି ।