ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜୟ ମାଲ୍ୟା

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଗତକାଲି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କିଙ୍ଗଫିଶର ବ୍ୟତୀତ ତାଙ୍କର ଅନ୍ୟ ସମ୍ପତ୍ତି ଏବଂ ତାଙ୍କ ସମ୍ପର୍କୀୟଙ୍କ ସମ୍ପତ୍ତି ଜବତ କରିବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରେ ରୋକ ଲଗାଇବା ପାଇଁ...

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଗତକାଲି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କିଙ୍ଗଫିଶର ବ୍ୟତୀତ ତାଙ୍କର ଅନ୍ୟ ସମ୍ପତ୍ତି ଏବଂ ତାଙ୍କ ସମ୍ପର୍କୀୟଙ୍କ ସମ୍ପତ୍ତି ଜବତ କରିବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରେ ରୋକ ଲଗାଇବା ପାଇଁ ସେ କୋର୍ଟରେ ଆବେଦନ କରିଛନ୍ତି।

ଆବେଦନରେ ମାଲ୍ୟା ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ନାମରେ ଯେଉଁ ଅନିୟମିତତା ଅଭିଯୋଗ ରହିଛି ତାହା କିଙ୍ଗଫିଶର ଏୟାରଲାଇନ୍ସ ସହ ଜଡ଼ିତ। ତେଣୁ ତାଙ୍କର ଅନ୍ୟ ସମ୍ପତ୍ତି ଜବତ କରାନଯାଉ ବୋଲି ସେ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ୧୧ ଜୁଲାଇରେ ବମ୍ୱେ ହାଇକୋର୍ଟର ସ୍ୱତନ୍ତ୍ର ଅଦାଲତ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ଜବତ ମାମଲାରେ ଶୁଣାଣି କରିଥିଲେ। ଯେଉଁଥିରେ ସମ୍ପତ୍ତି ଜବତ ନକରିବାକୁ ହୋଇଥିବା ଆବେଦନକୁ ଖାରଜ କରିଦେଇଥିଲେ ସ୍ୱତନ୍ତ୍ର କୋର୍ଟ।

ଚଳିତ ବର୍ଷ ଜାନୁଆରୀ ୫ ତାରିଖରେ ମୁମ୍ବାଇ ଉଚ୍ଚ ନ୍ୟାୟାଳୟ ଏବଂ ପିଏମ୍‌ଏଲ୍‌ଏ କୋର୍ଟ ବିଜୟ ମାଲ୍ୟାଙ୍କୁ ପଳାତକ ବୋଲି ଘୋଷଣା କରିଥିଲେ। ଏହାପରେ ତାଙ୍କ ସମ୍ପତ୍ତି ଜବତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ବିଜୟ ମାଲ୍ୟା ବର୍ତ୍ତମାନ ଲଣ୍ଡନରେ ରହୁଛନ୍ତି। ୯ ହଜାର କୋଟି ଟଙ୍କାର ଋଣ ନେବା ପରେ ବ୍ୟାଙ୍କକୁ ନ ସୁଝି ଲଣ୍ଡନ ପଳାଇଛନ୍ତି ମାଲ୍ୟା। ଏହି ମାମଲାରେ ଇଡି ଓ ସିବିଆଇ ତଦନ୍ତ କରୁଛନ୍ତି।

Spread the love
Categories
ଦେଶ-ବିଦେଶ

RELATED BY