ଲାଞ୍ଚ ନେଇ ଧରାପଡିଲେ ଏସଆଇ

ଭୁବନେଶ୍ୱର: ଚାକିରୀ ଆରମ୍ଭ କରୁ କରୁ ଲାଞ୍ଚ ନେଇ ଧରାପଡିଲେ ପୋଲିସ ବାବୁ । ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ପ୍ରୋବେସନରେ ଥିବା ଏସଆଇ । ଗଂଜାମ ଜଗନ୍ନାଥପ୍ରସାଦ ଥାନା ପ୍ରୋବେସନ ଏସଆଇ ସିଦ୍ଧାର୍ଥ ଗୌଡ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ସିଦ୍ଧାର୍ଥ ଗୌଡ ୩ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଏକ ଗଣ୍ଡଗୋଳ ମାମଲାର ରଫାଦଫା କରିବାକୁ ସେ ଲାଞ୍ଚ ମାଗିଥିଲେ । ପରେ ଲାଂଚ ନେବା ବେଳେ ଧରାପଡିଥିଲେ । ସୂଚନା ଅନୁଯାୟୀ, ଟ୍ରେନିଂ ପରେ ଗତ ଦୁଇ ମାସ ହେଲା ଏସଆଇ ସିଦ୍ଧାର୍ଥ ଗୌଡ ଯୋଗ ଦେଇଥିଲେ ।  ତେବେ ସରକାର ଯେତେ ବି ଦୁର୍ନୀତିକୁ ରୋକିବାକୁ ଚେଷ୍ଟା କରୁଛନ୍ତି ତାହା ସମ୍ଭବ ହୋଇପାରୁନାହିଁ । କେଉଁଠି ନା କେଉଁଠି କୌଣସି ଉଚ୍ଚ ପଦାଧିକାରୀ ଲାଂଚ ନେଇ ଭିଜିଲାନ୍ସ ଜାଲରେ ଧରା ପଡୁଛନ୍ତି । ଯାହାର ପ୍ରଭାବ ଅନେକ ମାତ୍ରାରେ ଆମ ଦେଶ ଉପରେ ବି ପଡୁଛି ।