ଭୁବନେଶ୍ୱର:ଖାକିରେ କଳଙ୍କିତ ପୋଲିସ ବାବୁ । ଭିଜିଲାନ୍ସ ଜାଲରେ ପୁଣି ଜଣେ ପୋଲିସ ଅଧିକାରୀ ଧରାପଡ଼ିଛନ୍ତି । ଯାଜପୁର ବିଞ୍ଝାରପୁର ଥାନା ଏଏସଆଇ ୧୦ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।
ସୂଚନା ମୁତାବକ, ଯାଜପୁର ଜିଲ୍ଲା ବିଞ୍ଝାରପୁର କଣ୍ଟିପୁର ଅଂଚଳର ପ୍ରଫୁଲ ମଲ୍ଲି ଜମିଜମା ବିବାଦ କାରଣରୁ କରୁଣାକର ମଲ୍ଲିକ ଓ ତାଙ୍କ ପରିବାର ବିରୁଦ୍ଧରେ ଥାନାରେ ଏତଲା ଦେଇଥିଲେ । ପରେ ଏଏସଆଇ ଯୁଧିଷ୍ଠିର ମଲ୍ଲିକ କରୁଣାକରଙ୍କ ପରିବାରକୁ ୧୫ହଜାର ଟଙ୍କା ନଦେଲେ ହଇରାଣ କରାଯିବ ବୋଲି କହିଥିଲେ । ଏନେଇ ବ୍ୟକ୍ତିଜଣକ ବାଧ୍ୟହୋଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ବ୍ୟକ୍ତିଜଣକ ଟଙ୍କା ନେଇ ଆଜି ଏଏସଆଇ ଯୁଧିଷ୍ଠିରଙ୍କୁ ୧୦ହଜାର ଟଙ୍କା ଦେବା ସମୟରେ ଯାଜପୁର ଭିଜିଲାନ୍ସ ଚଢାଉ କରି ଟଙ୍କା ଜବତ କରିବା ସହ ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ।