“ସେରନୀ”ରେ ବିଦ୍ୟା

ମୁମ୍ୱାଇ: ବିଦ୍ୟା ବାଲାନ୍ ତାଙ୍କର ଆଗାମୀ ପ୍ରୋଜେକ୍ଟର ଘୋଷଣା କରିଦେଇଛନ୍ତି । ଏକ ଫଟୋ ସେୟାର କରି ସୋସିଆଲ ମିଡିଆରେ ତାଙ୍କର ଆଗାମୀ ଫିଲ୍ମ “ସେରନୀ”ର ଘୋଷଣା କରିଛନ୍ତି । ଫଟୋରେ ଭଗବାନଙ୍କ ଫଟୋ ଦେଖିବାକୁ ମିଳିଛି । ଯେଉଁଥିରେ ସେ କ୍ୟାପସନରେ ଲେଖିଛନ୍ତି ଯେ, ଆପଣମାନଙ୍କର ଆଶର୍ବାଦର ଆବଶ୍ୟକତା ରହିଛି । ଏହି ଫିଲ୍ମର ସୁଟିଂ ୱାର୍ଲ୍ଡ ୱାଇଲ୍ଡ ଲାଇଫ୍ ଡେରେ ଆରମ୍ଭ ହେବ । ଯାହାର ଶୁଭ ମୁହୁରତ ଏକ ଜଙ୍ଗଲ ମଝିରେ ଥିବା ମନ୍ଦିରରେ ହୋଇଯାଇଛି ।

“ସେରନୀ” ବିଷୟରେ କହିବାକୁ ଗଲେ, ଫିଲ୍ମଟି ଜଙ୍ଗଲ ଓ ଜୀବଜନ୍ତୁଙ୍କ କାହାଣୀକୁ ନେଇ ପର୍ଯ୍ୟବେଶିତ । ନଭେମ୍ବର ୨୦୧୮ରେ ଅବନୀ ନାମକ ଏକ ବାଘୁଣୀଙ୍କୁ କେହି ଜଣେ ସୁଟର ଗୁଳିମାରି ହତ୍ୟା କରିଦେଇଥିଲା । ଯାହା ପରବର୍ତୀ ସମୟରେ କୁହାଗଲା ଯେ, ଫରେଷ୍ଟ ବିଭାଗର ଜଣେ ଅଫିସରଙ୍କ କହିବା ଅନୁଯାୟୀ ସୁଟର ଅବନୀକୁ ଗୁଳିକରିଥିଲା । ଏହାପରେ ଫରେଷ୍ଟ ବିଭାଗର ଅଫିସର ଏହାକୁ ନେଇ କହିଥିଲେ ଯେ, ବାଘୁଣୀ ପ୍ରାୟ ୧୩ଜଣଙ୍କୁ ମାରି ସାରିଲାଣି । ତେବେ ସୁରକ୍ଷା ଦୃଷ୍ଟିରୁ ଏଭଳି କରାଯାଇଥିବା କହିଥିଲେ ।  ଏହି କାହାଣୀକୁ ନେଇ ନିର୍ମାଣ ହେବ ଫିଲ୍ମ “ସେରନୀ” । ବିଦ୍ୟା ଏହି ଫିଲ୍ମ ବ୍ୟତୀତ ଶକୁନ୍ତଳା ଦେବୀଙ୍କୁ ବାୟୋପିକ୍ ରେ ମଧ୍ୟ ନଜର ଆସିବେ ।