ହୀରାକୁଦ ଡ୍ୟାମର ନିଷିଦ୍ଧାଂଳରେ ଫଟୋ ଉଠାଇ ଫସିଲେ ଓଲିଉଡ ଅଭିନେତ୍ରୀ

ସମ୍ବଲପୁର: ହୀରାକୁଦ ଡ୍ୟାମର ନିଷିଦ୍ଧାଂଚଳରେ ଫଟୋ ଉଠାଇ ଓଲିଉଡର ୩ ଅଭିନେତ୍ରୀ ଫସିଛନ୍ତି । କଥାଟା ହେଉଛି ଓଲିଉଡର ୩ ଅଭିନେତ୍ରୀ ଏଲିନା ସାମନ୍ତରାୟ, ପ୍ରକୃତି ମିଶ୍ର ଏବଂ ଲୋଭିନା ନାଏକଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଏମାନେ ଏହି ଫଟୋରେ ହୀରାକୁଦର ନିଷିଦ୍ଧାଂଚଳରେ ଥିବା ଦେଖିବାକୁ ମିଳିଛି । ଏଥିସହ ଏମାନଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଯେଉଁଥିରେ ସେମାନେ “ଆଇଆମ୍ ଆଟ୍ ହୀରାକୁଦ ଡ୍ୟାମ୍…” ବୋଲି କହୁଥିବାର ଶୁଣିବାକୁ ମିଳିଛି । ତେବେ ଏହି ଫଟୋ ଭାଇରାଲ ହେବା ପରେ ଏମାନଙ୍କର ଅଡୁଆ ବଢ଼ିଛି । ଏହି ଘଟଣାକୁ ନେଇ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣାପଡିଛି ।

ଅନ୍ୟପଟେ ଏମାନେ ନିଷିଦ୍ଧାଂଚଳକୁ କିପରି ଗଲେ ଓ ଫଟୋ ଉଠାଇବାକୁ କିଏ ଅନୁମତି ଦେଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ଏନେଇ ହୀରାକୁଦ ଏସଡିପିଓଙ୍କୁ ଜବାବ ତଲବ କରିଛନ୍ତି ସମ୍ବଲପୁର ଏସପି କନୱାର ବିଶାଳ ସିଂ । ଆଜି ସନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ ଦେବାକୁ ଏସଡିପିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏସପି କହିଛନ୍ତି ।