ସାମାଜିକ ଦୂରତା, ହାତ ଧୋଇବା ଏବଂ ମାସ୍କ ପିନ୍ଧିବା ଦ୍ୱାରା କରୋନାର ନିୟନ୍ତ୍ରଣ କରାଯାଇପାରିବ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗର ପରାମର୍ଶଦାତା ତଥା ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ଡଃ କେ. ଶ୍ରୀନାଥ ରେଡ୍ଡୀ ଆଜି “କୋଭିଡରୁ ଶିକ୍ଷା-ଆମେ କ’ଣ ଶିଖିଲେ ଏବଂ କିପରି କୋଭିଡ ଯୁଦ୍ଧ ଜିତିବା” ଏ ବିଷୟ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ପରିଷଦର ସଦସ୍ୟଗଣ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପୋଲିସ ସୁପରିଟେଣ୍ଡଟ୍ ମାନଙ୍କ ସହିତ ଆଲୋଚନା କରିଥିଲେ ।

ଏହି ଆଲୋଚନା ସମୟରେ ଡଃ ରେଡ୍ଡୀ ମୁଖ୍ୟତଃ କରୋନା ଭାଇରସର ଉତ୍ପତି, ସଂକ୍ରମଣ ସାରା ବିଶ୍ୱର ପରିସ୍ଥିତି ଏବଂ ଭବିଷ୍ୟତ ରଣକୌଶଳ ଉପରେ ଆଲୋକପାତ କରିଥିଲେ । ଯେହେତୁ କରୋନା ଭାଇରସ ରୋଗର ନିୟମନ୍ତ୍ରଣ ପାଇଁ ଏ ପର୍ଯ୍ୟନ୍ତ କୌଣସି ସଳ ପ୍ରତିଷେଧକ ଟୀକା ବା ଔଷଧ ଉଦ୍ଭାବନ ହୋଇନାହିଁ, ତେଣୁ ସାମାଜିକ ଗୋଷ୍ଠୀର ସକ୍ରୀୟ ଅଂଶଗ୍ରହଣ ହିଁ ଶ୍ରେଷ୍ଠ ରକ୍ଷା ବଗଚ ବୋଲି ସେ ମତ ଦେବା ସହିତ ବୟସ୍କ ମାନଙ୍କ ପ୍ରତି ଅଧିକ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ ।

video conferencing dr reddy cm 5t Secretary dgp all members

ବନ୍ୟଜନ୍ତୁ ବିଶେଷକରି ବାଦୁଡି ଠାରୁ ମଣିଷକୁ ସଂକ୍ରମିତ ହୋଇଥିବା ଏହି ଭାଇରସ ନାକ, ଆଖି, ପାଟି ଦ୍ୱାରା ମଣିଷ ଶରୀରରେ ପ୍ରବେଶ କରିଥାଏ । ମଣିଷ ଶରୀରରୁ କାଶ, ଛିଙ୍କ ସମୟରେ ବାହାରୁଥିବା କଣିକା ଦ୍ୱାରା ଏହା ଅନ୍ୟକୁ ସଂକ୍ରମିତ କରିଥାଏ । ତେଣୁ ବାରମ୍ବାର ହାତ ଧୋଇବା, ମୁହଁରେ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତ୍ୱ ଦ୍ୱାରା ହିଁ କୋଭିଡ ଯୁଦ୍ଧରେ ଆମେ ବିଜୟ ହୋଇପାରିବା ବୋଲି ସେ ମତବ୍ୟକ୍ତ କରିଥିଲେ ।

ବିଭିନ୍ନ ସଂକ୍ରମିତ ଦେଶମାନଙ୍କରୁ ମିଳିଥିବା ତଥ୍ୟ ଉପରେ ଆଲୋଚନା କରି ଡଃ ରେଡ୍ଡୀ କହିଲେ ଯେ, କରୋନା ଭାଇରସ କେବଳ ନିମୋନିଆ ସଅଷ୍ଟି କରୁନାହିଁ । ତା’ ସହିତ ଏହା ହୃଦୟ, ମସ୍ତିଷ୍କ ତଥା ଅନ୍ତନଳୀରେ ସଂକ୍ରମଣ କରି କ୍ଷତି ପହଂଚାଇଥାଏ । ବୟସ ନିର୍ବିଶେଷରେ ଏହି କରୋନା ଭାଇରସ ସମସ୍ତଙ୍କୁ ସଂକ୍ରମିତ କରିଥାଏ । କିନ୍ତୁ ଯେହେତୁ ଯୁବଗୋଷ୍ଠୀ ବାହାରେ ଅଧିକ ସମୟ ରୁହନ୍ତି, ତାଙ୍କଠାରେ ସଂକ୍ରମଣ ସଂଖ୍ୟା ଅଧିକ ଥିଲେ ମଧ୍ୟ ବୟସ୍କ ତଥା ରୋଗୀମାନେ ଗୁରୁତର ଭାବରେ ପୀଡିତ ହେବା ଏବଂ ମୃତ୍ୟୁମୁଖଷର ପଡିଥିବା ଅଧିକ ଆଂଶଙ୍କା ରହିଛି ।

video conferencing dr reddy cm 5t Secretary dgp all members

କରୋନା ଭାଇରସ ନିୟନ୍ତ୍ରଣରେ ଭାରତ ବିଶେଷ କରି ଓଡ଼ିଶାର ସଫଳତାର ସେ ଉଚ୍ଚପ୍ରଂଶସା କରିଥିଲେ ଏବଂ ସମଗ୍ର ଦକ୍ଷିଣ ଏସିଆରେ ଓଡ଼ିଶାର ପଦକ୍ଷେପ ଅନୁକରଣୀୟ ବୋଲି ସେ ମତବ୍ୟକ୍ତ କରିଥିଲେ । ବ୍ରିଟେନ, ଆମେରିକା, ସ୍ୱିଡେନ ପରି ଆଗୁଆ ଦେଶମାନେ ଲକ୍ ଡାଉନ୍ ନ କରିବା ଫଳରେ ସେ ଦେଶଗୁଡିକୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡିଛି । କିନ୍ତୁ ଭିଏତନାମ ପରି ଦେଶ ଆଇସୋଲେସନ, କଂଟ୍ରାକ୍ଟ ଟ୍ରେସିଙ୍ଗ ଏବଂ ଅଧିକ ମାତ୍ରାରେ ନମୂନା ପରୀକ୍ଷା ଦ୍ୱାରା ରୋଗ ନିୟମନ୍ତ୍ରଣରେ ସଫଳ ହୋଇପାରିଛି ।

ଉଚ୍ଚ ତାପମାତ୍ରା ସହିତ ଆର୍ଦ୍ରତାର ପ୍ରଭାବରେ ଏହି ଭାଇରସ ପ୍ରଭାବହୀନ ହେଉଥିବାର ଆପାତତଃ ପ୍ରମାଣ ମିଳିଥିଲେ ମଧ୍ୟ କରୋନା ଭାଇରସ କ୍ଲାଇମେଟ୍ ଟେମ୍ପରେଚର ନାଚୁରାଲ ବୋଲି ସେ ମତ ଦେଇଥିଲେ । ଭାରତୀୟମାନେ ବିସିଜି, ପୋଲିଓ ଟୀକା ସହିତ ମ୍ୟାଲେରିଆ ପରି ଔଷଧ ବ୍ୟବହାର କରୁଥିବାରୁ କୋଭିଡ ରୋଗ ଆମ ଦେଶରେ ସେଭଳି ଜଟିଳ ପରିସ୍ଥିତି ନ କରିପାରେ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ । କିନ୍ତୁ ଏ ସବୁ ତଥ୍ୟ ଉପରେ ବିଶେଷ ଗୁରୁତ୍ୱ ନ ଦେଇ ଆମେ ସାମାଜିକ ଦୂରତା ଉପରେ ଅଧିକ ଧ୍ୟାନ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ ।

video conferencing dr reddy cm 5t Secretary dgp all members

ଭାରତ ସହିତ ବିଭିନ୍ନ ଦେଶରେ କରୋନା ଭାଇରସ ପାଇଁ ପ୍ରତିଷେଧକ ଟୀକା ଉପରେ ଗବେଷଣା ଚାଲିଥିବାବେଳେ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ବାହାରିପାରେ ବୋଲି ସେ ଆଶା ପ୍ରକାଶ କରିଥିଲେ । ଲକ୍ଷଣଭିତିକ ରୋଗ ଅନୁସନ୍ଧାନ ଉପରେ ସେ ଗୁରୁତ୍ୱ ଦେବା ସହିତ ଗୋଷ୍ଠୀ ପ୍ରତିରୋଧ ଶକ୍ତି ବିକାଶ ଉପରେ ଗୁରୁତ୍ୱ ନ ଦେଇ ଗୋଷ୍ଠୀ ସୁରକ୍ଷା ଉପରେ ଜୋର ଦେଲେ ଏହି ରୋଗକୁ ନିୟନ୍ତ୍ରଈ କରାଯିବ ବୋଲି ସେ ମତ ଦେଇଥିଲେ ।

ସ୍ୱାସ୍ଥ୍ୟକର୍ମୀଙ୍କ ପରି ପୋଲିସ କର୍ମଚାରୀ ମଧ୍ୟ ଅଧିକ ବିପଦସଙ୍କୁଳ ଥିବାରୁ ସେମାନଙ୍କର ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବା ଦରକାର । ହାତ ଧୋଇବା ସହିତ ସାମାଜିକ ଦୂରତା ପାଇଁ ବ୍ୟାରିକେଟ ,ବଂ ଆଖିର ସୁରକ୍ଷା ପାଇଁ ଚଷମା ବ୍ୟବହାର ନିତାନ୍ତ ଆବଶ୍ୟକ ବୋଲି ସେ ମତ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଡଃ ରେଡ୍ଡୀଙ୍କୁ ସ୍ୱାଗତ କରି ଆଲୋଚନା ଆରମ୍ଭ କରିଥିଲେ । ତାଙ୍କର ଉପାଦେୟ ପରାମର୍ଶ ଓ ଅଭିଜ୍ଞତା କରୋନା ରୋଗ ସଂକ୍ରମଣ ରୋକିବାରେ ମାର୍ଗଦର୍ଶନ ଦେବ ବୋଲି ଆଶାପ୍ରକାଶ କରିଥିଲେ । ସୂଚନାଯୋଗ୍ୟ, ଡଃ ରେଡ୍ଡୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଭିନ୍ନ ବିଶେଷଜ୍ଞ ୍‌କମିଟିରେ ସଦସ୍ୟ ଭାବେ କାମ କରିଥିବାବେଳେ ବର୍ତମାନ କୋଭିଡ ସଲିଡାରିଟି ଗ୍ରୁପ୍ ଟ୍ରାଏଲ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆନ୍ତର୍ଜାତିକ ସଂଚାଳନ କମିଟିର କାର୍ଯ୍ୟ ନିର୍ବାହୀ ଗୋଷ୍ଠୀର ସଦସ୍ୟ ଭାବେ କାର୍ଯ୍ୟରତ ।