ଫିଲ୍ମ ‘ଭିକି ଡୋନର’ର ଅଭିନେତାଙ୍କ ପରଲୋକ

ମୁମ୍ବାଇ: ପୁଣି ବଲିଉଡରୁ ଆସିଲା ଦୁଃଖଦ ଖବର । ଆଖି ବୁଜିଲେ ଆଉ ଜଣେ ଅଭିନେତା । ସୁପରହିଟ୍ ଫିଲ୍ମ ‘ଭିକି ଡୋନର’ରେ ଅଭିନୟ କରିଥିବା ଭୂପେଶ ପାଣ୍ଡ୍ୟାଙ୍କ ପରଲୋକ ହୋଇଛି । ବହୁ ଦିନ ଧରି ସେ ଫୁସ୍‌ଫୁସ୍ କ୍ୟାନ୍‌ସରରେ ପୀଡିତ ଥିଲେ । ସେ କ୍ୟାନ୍‌ସର ଷ୍ଟେଜ-୪ ରେ ଥିଲେ । ଗତକାଲି ତାଙ୍କ ଦେହାନ୍ତ ହୋଇଛି । ଏନେଇ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ଭୂପେଶଙ୍କ ବିୟୋଗରେ ବଲିଉଡ କଳାକାର ମନୋଜ ବାଜପେୟୀ ଓ ଗଜରାଜ ରାଓ ପ୍ରମୁଖ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ନିକଟରେ ଏହି ଦୁଇ ଅଭିନେତା ଭୂପେଶଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରିଥିଲେ । ଭୂପେଶ ଫିଲ୍ମ ସହ ଅନେକ ୱେବ୍ ସିରିଜରେ ମଧ୍ୟ କାମ କରିଛନ୍ତି ।