ବିଧାନସଭା ଉପ ବାଚସ୍ପତିଙ୍କୁ କରୋନା

ଭୁବନେଶ୍ୱର:ବିଧାନସଭା ଉପ ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ, ତାଙ୍କୁ ଅଳ୍ପ ଜ୍ଵର ଥିବା ଯୋଗୁଁ ସେ ଟେଷ୍ଟ କରାଇଥିଲେ। ପରେ ତାଙ୍କୁ କରୋନା ଥିବା ସ୍ପଷ୍ଟ ହୋଇଥିଲା । ସେ ଭୁବନେଶ୍ୱରର ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।

ଏନେଇ ସେ ସାମାଜିକ ଗଣମାଧ୍ୟମରେ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପରୀକ୍ଷା କରାଇ ନେବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି । ଏହି ଖବର ଜଣା ପଡିବା ପରେ ତାଙ୍କ ସମର୍ଥକ ତଥା ପ୍ରଶଂସକ ମାନେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି ।