ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ

ବଲାଙ୍ଗିର: ଆଜି ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ । ସକାଳ ୯ଟା ୧୫ରେ ଉପରାଷ୍ଟ୍ରପତି ସ୍ୱତନ୍ତ୍ର ହେଲିକ୍ୟାପଟର ଯୋଗେ ବଲାଙ୍ଗିରରେ ପହଂଚିବେ ।ସେଠାରୁ ବାଇ ରୋଡ ବଲାଙ୍ଗିର ଉପକଣ୍ଠ ବରକାନୀ ଯିବେ । ଦିନ ପ୍ରାୟ ସାଢେ ୯ଟାରେ ବିପିସିଏଲ୍‌ ବଟଲିଂ ପ୍ଲାଂଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ଉପରାଷ୍ଟ୍ରପତି ।

ଏହାପରେ  ଉପରାଷ୍ଟ୍ରପତି ବାଇରୋଡ ବଲାଙ୍ଗିରର ଗାନ୍ଧି ଷ୍ଟାଡିୟମ ଯିବେ । ସେଠାରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପ୍ଲାଟିନମ ଜୁବଲିର ଉଦ୍‌ଘାଟନୀ ସମାରୋହରେ ସାମିଲ ହେବେ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଗତକାଲି ଏକ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ୍.ଭେଙ୍କୟା ନାଇଡୁ ଯୋଗ ଦେଉଥିବା ବେଳେ ଉଦ୍‌ଯାପନୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୩୦ ପ୍ଳାଟୁନ ପୋଲିସ ଫୋର୍ସକୁ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।