ଝାରସୁଗୁଡ଼ା ସ୍ଥିତ ବିମାନବନ୍ଦରରେ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତିକୁ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ‘ପୂର୍ବୋଦୟ’ର ମୁଖଶାଳା ହେବ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର - ଧର୍ମେନ୍ଦ୍ର 

ଝାରସୁଗୁଡ଼ା : ଆଗାମୀ ଦିନରେ କୋଇଲା, ଇସ୍ପାତ, ଜ୍ଞାନ ଆଧାରିତ ଅର୍ଥନୀତିର ଝାରସୁଗୁଡା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ପ୍ରଧାନମନ୍ତ୍ରୀ ମୋଦିଙ୍କର ପରିକଳ୍ପନା ‘ପୂର୍ବୋଦୟ’ର ମୁଖଶାଳା ହେବ ଏବଂ ଓଡ଼ିଶାର ଅର୍ଥନୈତିକ, ସାମାଜିକ ବିକାଶ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶନିବାର ଜାତୀୟ ମୁକ୍ତି ସଂଗ୍ରାମର ଅନ୍ୟତମ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ତମ ଜୟନ୍ତୀ ଅବସରରେ ଝାରସୁଗୁଡ଼ା ସ୍ଥିତ ବିମାନବନ୍ଦର ପରିସରରେ ତାଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତିକୁ
ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପ୍ରଥମେ ଝାରସୁଗୁଡ଼ା ବିମାନବନ୍ଦର ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ଭାବରେ ନାମିତ ହେବା ଏବଂ ଆଜି ସେହି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କର ପ୍ରତିମୂର୍ତି ଏୟାରପୋର୍ଟ ଠାରେ ପ୍ରତିଷ୍ଠା ହେବା ଝାରସୁଗୁଡା ଓ ଓଡିଆ ଲୋକଙ୍କ ପାଇଁ ଏକ ଐତିହାସିକ କ୍ଷଣ । ଏଥିପାଇଁ ଶ୍ରୀ ପ୍ରଧାନ ଝାରସୁଗୁଡ଼ା
ସମେତ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମହାନଦୀ କୋଲ୍ଡ ଫିଲ୍ଡ(ଏମସିଏଲ) ସହଯୋଗରେ ୬୦ ଲକ୍ଷ ଟଙ୍କା ବ୍ୟୟରେ ବୀର ସୁରେନ୍ଦ୍ର ସାଏଙ୍କ ଏହି ପୂର୍ଣ୍ଣାଙ୍ଗ ପ୍ରତିମୂର୍ତି ପ୍ରତିଷ୍ଠା କରାଯାଇଥିବା କହିଛନ୍ତି ।

Veer Surendra Sai statue inaguration at jharsuguda by png minister

 ସମ୍ବଲପୁର ଖିଣ୍ଡା ଠାରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ପରିଦର୍ଶନ ସହ ଦାୟଦଙ୍କୁ ଭେଟିଲେ
 ପ୍ରତିମୂର୍ତି ପ୍ରତିଷ୍ଠା ପାଇଁ ଝାରସୁଗୁଡ଼ା ସମେତ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ
 ୬୦ ଲକ୍ଷ ଟଙ୍କା ବ୍ୟୟରେ ଏମସିଏଲ ସହଯୋଗରେ ନିର୍ମିତ ହୋଇଛି ଏହି ପ୍ରତିମୂର୍ତି
 ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନକୁ ଉଚ୍ଚସ୍ତରର ପର୍ଯ୍ୟଟନ ସ୍ଥଳି କରିବା ପାଇଁ ଉଦ୍ୟମ ହେବ
 ବୀର ସୁରେନ୍ଦ୍ର ସାଏଙ୍କ ନାମରେ ଏହି ଏୟାରପୋର୍ଟକୁ ନାମିତ କରି ପ୍ରଧାନମନ୍ତ୍ରୀ ଓଡ଼ିଆ ଜାତିକୁ ସମ୍ମାନିତ କରିଥିଲେ

Veer Surendra Sai statue inaguration at jharsuguda by png minister
ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୮ ସେପ୍େଟମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ସ୍ଥିତ ବିମାନବନ୍ଦରକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ବିମାନବନ୍ଦରକୁ ଏ ମାଟିର ବରପୁତ୍ର ଓ ଶୌର୍ଯ୍ୟର ପ୍ରତୀକ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରି ପ୍ରଧାନମନ୍ତ୍ରୀ ମୋଦି ଏ ମାଟିକୁ ଏବଂ
ଓଡ଼ିଆ ଜାତିକୁ ସମ୍ମାନିତ କରିଥିଲେ ।  ସ୍ୱାଧୀନତା ପାଇଁ ସଂଗ୍ରାମରେ ସର୍ବାଧିକ ବର୍ଷ ଜେଲରେ ରହିଥିବା ସଂଗ୍ରାମୀ ମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ବୀର ସୁରେନ୍ଦ୍ର ସାଏ । ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନକୁ ଉଚ୍ଚସ୍ତରର ପର୍ଯ୍ୟଟନ ସ୍ଥଳି କରିବା ପାଇଁ ଏଠାରେ ସବୁ ପ୍ରକାର ବ୍ୟବସ୍ଥା ରହିଥିବା ବେଳେ ଏଥିପାଇଁ ସମସ୍ତେ ସାମୂହିକ ଉଦ୍ୟମ କରିବା ଦରକାର । ଝାରସୁଗୁଡ଼ାରେ ଅନେକ ଖଣିଜ ସମ୍ବଳ ସହ ପର୍ଯ୍ୟଟନ ଶିଳ୍ପକୁ ମଧ୍ୟ ତ୍ୱରାନ୍ୱିତ କରିବାର ଅପାର ସମ୍ଭାବନା ରହିଛି । ମୋଦି ସରକାର ଏ ଅଂଚଳର ଅର୍ଥନୀତି ଓ ସାମାଜିକ ପ୍ରଗତିକୁ ତ୍ୱରାନ୍ୱିତ କରିବା ଦିଗରେ ବଦ୍ଧ ପରିକର ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ଉଲ୍ଲେଖନୀୟ ଯେ, ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ
କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ । ଅପରପକ୍ଷରେ ପ୍ରତିମୂର୍ତି ଉନ୍ମୋଚନ କରିବା ପରେ ଶ୍ରୀ ପ୍ରଧାନ ବୀର ସୁରେନ୍ଦ୍ର ସାଏଙ୍କୁ ଜନ୍ମସ୍ଥାନ ସମ୍ବଲପୁର ଜିଲ୍ଲା ଖିଣ୍ଡାକୁ ଯାଇ ତାଙ୍କ ଦାୟଦ ମାନଙ୍କୁ ଭେଟି ଆଲୋଚନା କରିଥିଲେ ।

Veer Surendra Sai statue inaguration at jharsuguda by png minister