ଶ୍ରଦ୍ଧାଙ୍କ ଅପୋଜିଟରେ ବରୁଣ

ମୁମ୍ବାଇ: ବଲିଉଡ ଷ୍ଟାର ବରୁଣ ଧାୱନ ପୁଣିଥରେ ସିଲଭର ସ୍କ୍ରିନରେ ଧୁମ୍ ମଚାଇବାର ଯୋଜନା କରିଛନ୍ତି । ଏଥିପାଇଁ ସେ ଜୋରସୋରରେ ପ୍ରସ୍ତୁତ କରିସାରିଲେଣି । ପ୍ରଯୋଜକ, କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରିମୋ ଡିସୁଜାଙ୍କ “ଏବିସିଡି” ଫିଲ୍ମର ଆଗାମୀ ସିରିଜ୍ ହେଉଛି ଏହି ଫିଲ୍ମ । ଯେଉଁଥିରେ ପୂର୍ବ ଫିଲ୍ମ ପରି ଡ୍ୟାନ୍ସର ତଡକା ଦେଖିବାକୁ ମିଳିବ । ଏଥିସହ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିବ ।

ତେବେ ଏହି ଫିଲ୍ମରେ ବରୁଣଙ୍କ ସହ ଶ୍ରଦ୍ଧାଙ୍କୁ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ । କାରଣ ଏହି ଫିଲ୍ମରେ ବରୁଣଙ୍କ ଅପୋଜିଟରେ ଆସିବେ ଶ୍ରଦ୍ଧା କପୁର । “ଷ୍ଟ୍ରିଟ ଡ୍ୟାନସର ୩ଡି” ନାମକ ଏହି ଫିଲ୍ମରେ ବରୁଣଙ୍କ ସହ ପ୍ରଭୁଦେବାଙ୍କ ଜୁଗଳବନ୍ଦୀ ଦେଖିବାକୁ ମିଳିବ । ତେବେ ଫିଲ୍ମ ମେକର ରେମୋ ଡିସୁଜା ଏହି ଫିଲ୍ମ ଆଗାମୀ ବର୍ଷ ଗଣତନ୍ତ୍ର ଦିବସରେ ରିଲିଜ୍ କରିବା ନେଇ ସୂଚନା ଦେଇଛନ୍ତି ।