ବାରଣାସୀ: ଆସନ୍ତାକାଲି ମହା ଶିବରାତ୍ରି । ଉତରପ୍ରଦେଶର ଆଧ୍ୟାତ୍ମିକ ସହର ବାରଣାସୀରେ ଶିବରାତ୍ରିକୁ ଖୁବ୍ ଧୁମଧାମରେ ପାଳନ କରାଯାଇଥାଏ । କାଶୀ ସହରରେ ମହା ଶିବରାତ୍ରି ଗୋଟିଏ ଦିନ ପୂର୍ବରୁ ଅନୁଭବ ହୋଇଥାଏ । ବାରାଣସୀରେ ଅନେକଗୁଡ଼ିଏ ମନ୍ଦିରରେ ଭଗବାନ ଶିବଙ୍କୁ ଭାଙ୍ଗରେ ପ୍ରସ୍ତୁତ ଭୋଗ ଅର୍ପଣ କରାଯାଇଥାଏ । ବାବା ବିଶ୍ୱନାଥଙ୍କ ମନ୍ଦିରରେ ଭକ୍ତମାନଙ୍କୁ ଭାଙ୍ଗ ପ୍ରସାଦ ଦିଆଯାଇଥାଏ ।
ସହରର ଦୋକାନ ଓ ବଜାରରେ ଭାଙ୍ଗ ମିଳିଥାଏ । ଭକ୍ତଙ୍କର ଚାହିଦା ଥିବାରୁ ଶିବରାତ୍ରି ସମୟରେ ଦୋକାନଗୁଡ଼ିକରେ ଭାଙ୍ଗ ଉପଲବ୍ଧ ଥାଏ । କାଶୀ ବିଶ୍ୱନାଥ ମନ୍ଦିରରେ ଏକ ପଣା ପ୍ରସ୍ତୁତ କରାଯାଇଥାଏ, ଯେଉଁଥିରେ କି ଭାଙ୍ଗ ମିଶ୍ରିତ ଥାଏ । ପୂରାତନ ଭାରତରେ ଭାଙ୍ଗକୁ ବିଜୟର ପ୍ରତୀକ ବୋଲି ଗ୍ରହଣ କରାଯାଉଥିଲା । ସେଥିପାଇଁ କେଉଁ ଆବାହମାନ କାଳରୁ ଏଠାରେ ଭଗବାନ ଶିବଙ୍କୁ ଭୋଗ ଭାବେ ଭାଙ୍ଗ ଅର୍ପଣ କରାଯାଇ ଆସୁଛି ।